ପ୍ରଫୁଲ୍ଳ ସାମନ୍ତରାଙ୍କ ବିରୁଦ୍ଧରେ ନିୟମଗିରିରେ ଲାଗିଲା ପୋଷ୍ଟର

ଆଦିବାସୀଙ୍କୁ ଆଢୁଆଳ କରି କୋଟିପତି ସାଜିଥିବା ଅଭିଯୋଗ ଉଲ୍ଳେଖ

ପୋଲିସ ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରହିଛି ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ଏକ ହୋଟେଲରୁ ସାଧା ପୋଷାକରେ କିଛି ବ୍ୟକ୍ତି ତାଙ୍କୁ ଉଠାଇ ଆଣି ବ୍ରହ୍ମପୁର ସ୍ଥିତ ଘରେ ଛାଡିଥିବା ଘଟଣାକୁ ନେଇ ବେଶ ଚର୍ଚ୍ଚାରେ ରହିଥିବା ସମାଜସେବୀ ପ୍ରଫୁଲ୍ଳ ସାମନ୍ତରାଙ୍କ ବିରୁଦ୍ଧରେ ଆଠଟି ଅଭିଯୋଗକୁ ନେଇ ଆଜି ରାୟଗଡା ଜିଲ୍ଳାର କଲ୍ୟାଣସିଂହପୁର ବ୍ଳକ ପାର୍ସାଲି ସଦର ଗ୍ରାମ ପଂଚାୟତ ଠାରେ ଲାଗିଛି ପୋଷ୍ଟର । ଭଲରେ ଚିହ୍ନନ୍ତୁ କିଏ ଏ ପ୍ରଫୁଲ୍ଳ ସାମନ୍ତରା ବୋଲି ଶୀର୍ଷକ ତଳେ ଆମ୍ଭ ଆଦିବାସୀଙ୍କୁ ଆଢୁଆଳ କରି କୋଟିପତି ହୋଇଥିବା ବ୍ୟକ୍ତି ଜଣକ ହେଉଛି ପ୍ରଫୁଲ୍ଳ ସାମନ୍ତରା, ନିଜ ଦେଶର ପ୍ରଗତିକୁ ବିରୋଧ କରି ଅନ୍ୟ ଦେଶଠୁ ପଇସା ଖାଇ ଦେଶଦ୍ରୋହ ଭଳି କାମ କରିବା, ଏନଜିଓ ନାମରେ ଟଙ୍କା ହଡପ କରିଥିବା ବ୍ୟକ୍ତି ହେଉଛି ପ୍ରଫୁଲ୍ଳ ସାମନ୍ତରା ବୋଲି ଉଲ୍ଳେଖ ରହିଥିବା ବେଳେ ଅଷ୍ଟ୍ରେଲିଆ ଦେଶର କମ୍ପାନୀକୁ ଫାଇଦା ଦେବା ପାଇଁ ଆମ ନିରୀହ ଆଦିବାସୀଙ୍କୁ ବ୍ୟବହାର କରିବା, ଆମେରିକା ଯାଇ ୬କୋଟି ଟଙ୍କା ବେପାର କରି ଓଡିଶାର ଖଣି ଖାଦାନକୁ ନିରୀହ ଆଦିବାସୀଙ୍କୁ ଆଗକୁ ଠେଲି ଫାଇଦା ପାଇବା ଏବଂ ଏଭଳି କାମ କରି ମଝିରେ ୨କୋଟି ଟଙ୍କା ଅଷ୍ଟ୍ରେଲିଆ କମ୍ପାନୀକୁ ଫାଇଦା ପହଂଚାଇବା ପାଇଁ ନେଉଛନ୍ତି ଏ ମହାଶୟ (କାରଣ ଓଡିଶା/ଭାରତରେ ଖଣି ବନ୍ଦ ହେଲେ ବାହାର ଦେଶରୁ ଖଣି ଉତୋଳନ ପାଇ ବାଧ୍ୟ ହେବେ ଭାରତରେ କାର୍ଯ୍ୟରତ କମ୍ପାନୀ) ବୋଲି ଉଲ୍ଳେଖ ରହିଛି । ସେହିପରି ନିୟମଗିରି ଖଣିକୁ ବିରୋଧ କରି ବାହାର ଦେଶରୁ କୋଟି କୋଟି ଟଙ୍କା କମେଇ କରୁଥିବା ବ୍ୟକ୍ତି ହେଉଛି ପ୍ରଫୁଲ୍ଳ ସାମନ୍ତରା ଏବଂ ଆମ୍ଭ ପାହାଡିଆ ନିରୀହ ଆଦିବାସୀଙ୍କୁ ଭୂଆଁ ବୁଲାଇ ଗଦ୍ଦାରୀ କାମ କରିବା, ସମାଜସେବୀ ନାମରେ ହେଉ ବା ଖଣି ବିଷୟରେ ହେଉ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ଆମର କିଛି ନିରୀହ ଆଦିବାସୀଙ୍କୁ ଭୁବନେଶ୍ୱର ନେଇ ପ୍ରଲୋଭିତ କରି ତାଙ୍କୁ ଉସୁକେଇ ତାଙ୍କ ମାଧ୍ୟମରେ ପ୍ରତିବାଦ ସଭା କରି କୋଟି କୋଟି ଟଙ୍କା ଲୁଟୁଥିବା ବ୍ୟକ୍ତ ହେଉଛି ପ୍ରଫୁଲ୍ଳ ସାମନ୍ତରା ବୋଲି ଉଲ୍ଳେଖ ରହିଛି । ଏଥିସହ ନିରୀହ ଗରିବ ଖଟିଖିଆ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇବା ସହ ତାଙ୍କୁ ଉସୁକେଇବା ଭଳି ମାମଲାକୁ ପୋଲିସ ବିଭାଗ ତଦନ୍ତ କରି ପ୍ରଫୁଲ୍ଳ ସାମନ୍ତରା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମକୁ ନ୍ୟାୟ ପ୍ରଦାନ କରିବା ଆମର ଦାବି ବୋଲି ଉଲ୍ଲେଖ କରାଯାଇଛି । ପୋଷ୍ଟରରେ ଜାଗୃତ ଆଦିବାସୀ ମଂଚ ଏବଂ ନିୟମଗିରି ଯୁବ କମିଟି ବୋଲି ଉଲ୍ଳେଖ ରହିଛି । ଉକ୍ତ ପୋଷ୍ଟରଗୁଡିକ ପାର୍ସାଲିର ରାଜୀବଗାନ୍ଧୀ ସେବା କେନ୍ଦ୍ର, ପଂଚାୟତ କାର୍ଯ୍ୟାଳୟ ଓ ପୁରୁଣା ଡିକେଡିଏ ସଂସ୍ଥା କାର୍ଯ୍ୟାଳୟ ପାଚେରୀରେ ଲଗାଯାଇଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.