ଯାଦବ ସମାଜ ପକ୍ଷରୁ ରୁପ୍ରାରେ ପଞ୍ଚାୟତ ସ୍ତରୀୟ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ 

ମନ ମୋହିଲା ଯାଦବ ସଂସ୍କୃତିର ମହାନ ବିଭବ ବାଡିଖେଳ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀକୁ ନେଇ ସାରା ଦେଶରେ ଦେଖାଦେଇଛି ଉତ୍ସବର ମାହୋଲ। ତେବେ ବିଶେଷକରି ଓଡ଼ିଶାର ଯାଦବ ସଂପ୍ରଦାୟ ଏହି ଉତ୍ସବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଦବ ମହାସଭା ପକ୍ଷରୁ ପାଳିତ ହେଉଛି  ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ। ନର୍ଲା ବ୍ଲକ ରୁପ୍ରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ପଞ୍ଚାୟତ ସ୍ତରୀୟ ଜନ୍ମାଷ୍ଟମୀ ଉତ୍ସବ  ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଯାଦବ ସଂସ୍କୃତିର ମହାନ ବିଭବ ବାଡିଖେଳ ଏହି ପାର୍ବଣର ମୁଖ୍ୟ ଆକର୍ଷଣ ଥିଲା। ପୂଜକ ଦାୟିତ୍ବରେ ଲକ୍ଷ୍ମୀକାନ୍ତ ମିଶ୍ର ଓ ସହଯୋଗୀ ପୂଜକ ବିନୋଦ ବିହାରୀ ମିଶ୍ର ପୂଜାକାର୍ଯ୍ୟ ତୁଲାଇଥିଲେ। ପୂଜାକର୍ତ୍ତା ଭାବରେ ଡିଲେ ଗୌଡ ଓ ତାଙ୍କ ଧର୍ମପତ୍ନୀ କ୍ଷୀତି ଗୌଡ ରହିଥିଲେ। ତେବେ ବାଡିଖେଳ ଦେଖିବା ପାଇଁ ଝିପିଝିପି ବର୍ଷା ସତ୍ତ୍ବେ ଶତାଧିକ ଲୋକ ଓ ମହିଳାମାନଙ୍କ  ସମାଗମ ହୋଇଥିଲା। କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୈଣ୍ଡାମୁଣ୍ଡା ଗ୍ରାମର ଯାଦବ ସମାଜର ଯୁବକ ମାନଙ୍କ ଦ୍ଵାରା ବାଡିଖେଳ ପ୍ରଦର୍ଶନ କରାଯାଇଥିଲା। ପରେ ଉକ୍ତ ବାଡିଖେଳ ଦଳ ବାଡି ଖେଳି ଖେଳି  ଗ୍ରାମ ପରିକ୍ରମା କରିବା ସହ ମହିଳା ମାନଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ବିଶିଷ୍ଟ ବ୍ୟକ୍ତି ଅତିଥିଭାବେ ଆମନ୍ତ୍ରତ ହୋଇଥିବାବେଳେ ରୁପ୍ରା ଆଞ୍ଚଳିକ ଯାଦବ ସମିତିର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.