କୋକସରା ବ୍ଳକ କଂଗ୍ରେସ କମିଟି ସଭାପତି ହେଲେ ଲିଙ୍ଗରାଜ ବେହେରା 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସର ଉପ ସଭାପତି ଥିବା ଲିଙ୍ଗରାଜ ବେହେରା ଏବେ କୋକସରା ବ୍ଳକ କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି। କୁସୁମଖୁଣ୍ଟି ଗ୍ରାମର ଲିଙ୍ଗରାଜ ବେହେରା ଦୀର୍ଘ ଦିନରୁ ଶୃଙ୍ଖଳିତ ଭାବେ ଜିଲ୍ଲା ଉପସଭାପତି ଭାବେ ରହି ନିଜର ଦାୟିତ୍ଵ ସୁଚାରୁରୂପେ ନିର୍ବାହ କରୁଥିବାବେଳେ ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣି ତାହାର ସମାଧାନ କରିବାକୁ ମଧ୍ୟ ସର୍ବଦା ଚେଷ୍ଟା କରି ଆସୁଛନ୍ତି। ପୁଣି ଥରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବ୍ଳକ ସଭାପତି ଭଲି ଗୁରୁତ୍ବ ଦାୟିତ୍ଵ ଦେଇଛନ୍ତି। ତେଣୁ ଶ୍ରୀବେହେରା ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ଓ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ପ୍ରମୁଖ ତାଙ୍କୁ ଏହି ଗୁରୁ ଦାୟିତ୍ଵ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଏବଂ କହିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସ ଭଳି ୧୩୮ ବର୍ଷର ଦଳରେ ମୋ’ ଭଳି ଗୋଟେ ଯୁବକଙ୍କୁ ବ୍ଲକ୍ ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ମିଳିବା ମୋ’ ପାଇଁ ସୌଭାଗ୍ୟର କଥା। ନିଶ୍ଚିତ ଭାବରେ କଂଗ୍ରେସ ଦଳର ବିଚାରଧାରା ଓ କାର୍ଯ୍ୟକଳାପକୁ ଗାଁ ରୁ ପଡ଼ା ପର୍ଯ୍ୟନ୍ତ ପହଞ୍ଚେଇବା ସହ ସମସ୍ତ ବରିଷ୍ଠ ଓ ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଦଳରେ ନୂଆ ଲୋକଙ୍କୁ ଯୋଡ଼ିବାକୁ ଉଦ୍ୟମ କରିବି ବୋଲି ମତ ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.