ଚାଷୀଙ୍କ ଆଶା ଉଦ୍ଜୀବିତ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଶାଖା ନାଲା ଦ୍ୱାରା ଜଳସେଚିତ ହେବ ମହିମା ପଞ୍ଚାୟତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଚାଷୀ ମାନେ ମରୁଡି ଆଶଙ୍କା ନେଇ ଚିନ୍ତା ରେ ଅଛନ୍ତି l ଅନେକ କ୍ଷେତ ରେ ଗଜା ମରୁଡି ସହ ରୁଆ ବେଉଷଣ ହୋଇ ପାରିନଥିବା ଯୋଗୁଁ ଚାଷୀକୁଳ ନିରାଶଜନକ ସ୍ଥିତି ଦେଖିବାକୁ ମିଳିଛି l ବିଭିନ୍ନ ପଞ୍ଚାୟତ ଓ ବ୍ଲକ ସ୍ଥରରେ ମରୁଡି ଘୋଷଣା, କୃଷିରୁଣ ଛାଡ଼ ବିଭିନ୍ନ ଜଳସେଚନ ର ଉତ୍ସ କୁ ପୁନଃରୁଦ୍ଧାର ଓ ମରାମତି ଭଳି ଦାବୀ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣା ଯାଇଛି l ଏଭଳି ସ୍ଥିତି ରେ ବ୍ଲକ ଉପାଧ୍ୟକ୍ଷ ଙ୍କ ମହତ କାମ ଯୋଗୁଁ କୋକସରା ବ୍ଲକ ମହିମା ପଞ୍ଚାୟତ ଚାଷୀଙ୍କ ମନରେ କିଛିଟା ଆଶା ସଞ୍ଚାର ହୋଇଛି l ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଜି ଚାଷୀ ଙ୍କ ସାମୁହିକ ସମସ୍ୟା କୁ ଦୃଷ୍ଟି ଦେଇ ବେହରା ନାଲା ରେ ଏକ ଶାଖା ନାଳ ଖୋଲି ପ୍ରାୟ ୨ ଶହ ଏକର ଜମି କୁ ଜଳସେଚନ ହେବା ଭଳି ନାଲା ଟିଏ ବନେଇଛନ୍ତି l ଫଳରେ ଚାଷୀ ମାନେ ସମ୍ଭାବ୍ୟ ମରୁଡି ରୁ କିଛିକାଂଶ ରେ ବଞ୍ଚିଯିବା ଭଳି ନୂତନ ଆଶାସଞ୍ଚାର କରି ଉପାଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣେଇଛନ୍ତି l ବେହେରା ନଦୀ ର ଏହି ଶାଖା ନାଲା ଖନନ ସମୟରେ ମହିମା ପଞ୍ଚାୟତ ର ଅନେକ ଚାଷୀ ଉପସ୍ଥିତ ରହି ଉପାଧ୍ୟକ୍ଷ ଙ୍କ ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.