ରାୟଗଡା ଅବକାରୀ ପୋଲିସ ହାତରେ ୟୁପି ଅଭିଯୁକ୍ତ; ୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ୨୧କେଜି ଗଂଜେଇ ଜବତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରୁ ଛତିଶଗଡ ରାୟପୁରକୁ ହୋଇଥାନ୍ତା ଗଂଜେଇ ଚୋରାଚାଲାଣ । ତେବେ ରାୟଗଡା ଜିଲ୍ଳା ଅବକାରୀ ପୋଲିସ ହାତରେ ଧରାପଡିଗଲା ଅଭିଯୁକ୍ତ । ଜବତ ଗଂଜେଇର ଆନୁମାନିକ ବଜାର ଦର ୨ଲକ୍ଷ ୧୨ହଜାର ଟଙ୍କା ହୋଇଥିବା ବେଳେ ଦ୍ୱିତୀୟ ଥର ଚୋରାଚାଲାଣ ବେଳେ ଧରାପଡିଛି ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଣକ ଉତର ପ୍ରଦେଶର ବାଲିଆ ଜିଲ୍ଳା ବାଇରା ଥାନା ଅନ୍ତର୍ଗତ ସିତାବଦିଆରା ଗ୍ରାମର ୨୮ବର୍ଷିୟ ଉମେଶ ଯାଦବ ବୋଲି ଜଣାପଡିଛି । ଗଂଜେଇ ଜବତ୍ ସହ ଅଭିଯୁକ୍ତ ଗିରଫ ନେଇ ଆଜି ସଂଧ୍ୟାରେ ରାୟଗଡା ଜିଲ୍ଳା ଅବକାରୀ ସଦର ଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ଗୁପ୍ତେଶ୍ୱର ପ୍ରଧାନଙ୍କ ତତ୍ୱାବଧାନରେ ଆଜି ଅପରାହ୍ନ ୩ଟା ସମୟରେ ରାୟଗଡା ରେଳବାଇ ଷ୍ଟେସନ ପରିସରରେ ରେଳବାଇ ପୋଲିସ ସହ ମିଳିତ ଭାବେ ରାୟଗଡା ସଦର ଅବକାରୀ ନିରୀକ୍ଷକ ସୀମାକିରଣ ବେକ୍‌, ଓଆଇସି ସଂଜୟ କୁମାର ପ୍ରଧାନ,ଏଏସଆଇ ରାଶି ନାୟକ,ସଂଗ୍ରାମ ପ୍ରଧାନ ପେଟ୍ରୋଲିଂ କରିବା ସମୟରେ ଉମେଶ ଯାଦବକୁ ସନ୍ଦେହ କରାଯାଇ ପାଖରେ ଥିବା ଏକ ବସ୍ତାକୁ ଯାଂଚ କରାଯାଇଥିଲା । ସେଥିରୁ ୨୧କେଜି ୨୪୦ଗ୍ରାମ ଗଂଜେଇ ଜବତ କରାଯାଇ ଅଭିଯୁକ୍ତ ଉମେଶକୁ ଗିରଫ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ରାୟଗଡା ବସ ଷ୍ଟାଣ୍ଡ ଠାରେ କେହି ଜଣେ ଅଜଣା ବ୍ୟକ୍ତି ଅଭିଯୁକ୍ତ ଉମେଶକୁ ଗଂଜେଇ ଚୋରା ଚାଲାଣ ପାଇଁ ପାଞ୍ଚ ହଜାର ଟଙ୍କା ଦେଇଥିଲା ଏବଂ ଏହା ପୂର୍ବରୁ ମଧ୍ୟ ଗୋଟିଏ ଥର ରାୟପୁରକୁ ଗଂଜେଇ ଚୋରା ଚାଲାଣ କରିଥିବା ନେଇ ଅଭିଯୁକ୍ତ ଉମେଶ ସ୍ୱୀକାର କରିଥିବା ବେଳେ ଅବକାରୀ ପୋଲିସ ତରଫରୁ ବିଭିନ୍ନ ସମୟରେ ପେଟ୍ରୋଲିଂ କରାଯାଇ ଚୋରା ଚାଲାଣକାରୀଙ୍କୁ ଧରାଯାଉଛି ବୋଲି ଡିଏସପି ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ, ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ, ଜିଲ୍ଳା ଏସପି ବିବେକାନନ୍ଦ ଶର୍ମା ଏବଂ ଜିଲ୍ଳା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳାର ସମସ୍ତ ଅବକାରୀ ଥାନା ଅଂଚଳରେ ପେଟ୍ରୋଲିଂ କରାଯାଇ ବେଆଇନ ଭାବେ ଚୋରା କାରାବାର ହେଉଥିବା ଗଂଜେଇ ଚୋରା ଚାଲାଣକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଏହି ପେଟ୍ରୋଲିଂ ସମୟରେ ଅନ୍ୟମାନଙ୍କ ମଧ୍ୟରେ କନେଷ୍ଟବଳ ପାଲକା ଆପାୟା, ଅମର ଦଳେଇ, କ୍ରୀଷ୍ଟୋଦାସ ବେବର୍ତା, ଜି.ଧର୍ମାରାଓ ଓ ସନୀପ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.