ରାୟଗଡା ମହିଳା ହକି ଟିମ୍ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଭୁବନେଶ୍ୱର କିଟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଆସନ୍ତା ୧୧ ତାରିଖରେ ଢେଙ୍କାନାଳ ଜିଲ୍ଳା ଟିମ ସହ ପ୍ରଥମ ମ୍ୟାଚ ଖେଳିବ ରାୟଗଡା ମହିଳା ହକି ଟିମ୍ । ଆଉ ଏହି ପ୍ରତିଯୋଗିତାରେ ବିଜେତା ହୋଇ ଆସିବା ପାଇଁ ଜୋରଦାର ଅଭ୍ୟାସ କରିଛି ରାୟଗଡା ମହିଳା ହକି ଟିମ୍ । ରାୟଗଡା ମହିଳା ମହାବିଦ୍ୟାଳୟ ପଡିଆ ଠାରେ ଟିମ୍ କ୍ୟାପଟେନ୍ ଅନୁରାଧା ଜିଲାକାରାଙ୍କ ନେତୃତ୍ୱରେ ଏବଂ କ୍ରୀଡା ଶିକ୍ଷକ ତଥା କୋଚ ସୁନୀଲ ମହନ୍ତଙ୍କ ତତ୍ୱାବଧାନରେ ଖେଳାଳୀମାନେ ଅଭ୍ୟାସ ଜାରି ରଖିଛନ୍ତି । କିପରି ଭାବେ ଅଧିକରୁ ଅଧିକ ଗୋଲ କରି ମ୍ୟାଚ ଜିତିବୁ ସେ ନେଇ ଟିମ ଭିତରେ ସବୁ ଖେଳାଳୀଙ୍କ ମଧ୍ୟରେ ସମନ୍ୱୟ ରଖି ଜୋରଦାର ପ୍ରସ୍ତୁତ କରିଛନ୍ତି ଏହି ମହିଳା ଟିମ୍ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡାରୁ ୧୮ଜଣିଆ ଟିମ୍ ଭୁବନେଶ୍ୱର ଅଭିମୁଖେ ଆସନ୍ତାକାଲି ଟ୍ରେନ୍ ଯୋଗେ ବାହାରିବେ । ଏହି ଟିମରେ ରାୟଗଡା ମହିଳା ମହାବିଦ୍ୟାଳୟର ୧୫ଜଣଙ୍କ ସମେତ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ୩ଜଣ ଖେଳାଳୀ ରହିଥିବା ଟିମ୍ ମ୍ୟାନେଜର କ୍ୟାପଟେନ୍ ରୀତାରାଣୀ ମିଶ୍ର ପ୍ରକାଶ କରିଛନ୍ତି । ତେବେ ସରକାର ହକି ଖେଳ ପାଇଁ ଅଧିକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ରାୟଗଡା ଜିଲ୍ଳାରେ ଗୋଟିଏ ଭଲ ହକି ଷ୍ଟାଡିୟମ ନ ଥିବା ତଥା ଭିତିଭୂମିର ଅଭାବ ଯୋଗୁଁ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ଖେଳାଳୀମାନେ ହକି ଖେଳକୁ ଗୁରୁତ୍ୱ ଦେଇ ପାରୁ ନାହାନ୍ତି ।

Udyog Nursery
Udyogi Nursery

ତେଣୁ ରାଜ୍ୟ ସରକାର ତଥା ଜିଲ୍ଳା ପ୍ରଶାସନ ଯଥାଶୀଘ୍ର ଜିଲ୍ଳାରେ ଏକ ହକି ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କଲେ ଜିଲ୍ଳାରୁ ଅନେକ ହକି ଖେଳାଳୀ ଆଗାମୀ ଭବିଷ୍ୟତରେ ରାଜ୍ୟ ତଥା ଜିଲ୍ଳା ପାଇଁ ଗୈାରବ ଆଣିବେ ବୋଲି ହକି ଖେଳାଳୀ ନମିତା ଅନୁରୋଧ କରିଥିବା ବେଳେ ଓ ବୁଦ୍ଧିଜୀବି ତଥା ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଜିଲ୍ଲାରେ ଫୂଟବଲ ଓ ହକି ଭଳି କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.