ସମଗ୍ର ବିଶ୍ୱରେ ପ୍ରଥମ ପ୍ରତିଷ୍ଠିତ ଧର୍ମ ହେଉଛି ସନାତନ ଧର୍ମ -ବାବା ବଳିଆ

ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ଦେଶରେ ସନାତନ ଧର୍ମକୁ ନେଇ ଦେଖିବାକୁ ମିଳିଥିବା ବିବାଦକୁ ନେଇ ସଦଗୁରୁ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ସମଗ୍ର ବିଶ୍ୱରେ ପ୍ରଥମ ପ୍ରତିଷ୍ଠିତ ଧର୍ମ ହେଉଛି ସନାତନ ଧର୍ମ ବୋଲି ଆଜି ଯାଜପୁର ଜିଲ୍ଳାର ସଠିପୁର ଠାରେ ଆମ ପ୍ରତିନିଧିଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି। ଯାଜପୁର ଜିଲ୍ଲା ସଠିପୁର ଶିଶୁ ଅନନ୍ତ ଆଶ୍ରମରେ ଦୁଇ ଦିନ ଧରି ବିଶ୍ରାମ ନେଇଥିବା ଅବସରରେ ଭାରତ ସରକାରଙ୍କର ଦ୍ୱାରା ନିକରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ହୋଇଥିବା ସମାଜ ସଂସ୍କାରକ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ସମଗ୍ର ବିଶ୍ୱରେ ପ୍ରଥମ ପ୍ରତିଷ୍ଠିତ ଧର୍ମ ହେଉଛି ସନାତନ ଧର୍ମ। ଏହା ସମଗ୍ର ବିଶ୍ୱକୁ ମାନବବାଦର ଶିକ୍ଷା ଦେଇ ଥାଏ। ସ-ସତ୍ୟ, ନା- ନାମ, ତ- ତତ୍ତ୍ଵ, ନ- ନିୟମର ପ୍ରତୀକ। ବାସ୍ତବ ସତ୍ୟ, ସାହିତ୍ୟ, ଦର୍ଶନ, ବିଜ୍ଞାନ, ରାଜନୀତି, ଧର୍ମଧାରା ଆଦିର ଶିକ୍ଷା ସମଗ୍ର ଜଗତକୁ ପ୍ରଦାନ କରିଅଛି। ସମଗ୍ର ବିଶ୍ଵ ଗୋଟିଏ ପରିବାର, ଏହି ଶିକ୍ଷା ଏକ ମାତ୍ର ସନାତନ ଧର୍ମ ହିଁ ବିଶ୍ୱକୁ ପ୍ରଦାନ କରିଛି। ସନାତନ ଧର୍ମ ହିଁ ସମାଜକୁ ଏକତ୍ଵ ସୂତ୍ରରେ ବାନ୍ଧି ପାରିଛି । ମଣିଷ ସମାଜ ମଧ୍ୟରେ ସେବା ଓ ସମନ୍ଵୟ ଭାବର ପ୍ରତିଷ୍ଠା ଏହି ସନାତନ ଧର୍ମ ହିଁ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.