ଭାରତର ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହି ସମୟରେ ଭାରତ ଚୀନ୍ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି । ଲଦାଖର ନୟୋମାଠାରେ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ ନିର୍ମାଣ କରିବାକୁ ଯାଉଛି ଭାରତ । ୧୨ ସେପ୍ଟେମ୍ବର ୨୦୨୩ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁର ଦେବକ ବ୍ରିଜ୍ ରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ନେଇ ଜୋଜନା ରହିଛି। ଏଲ୍ଏସିରେ ଚୀନ୍ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ନିହାତି ଜରୁରି ଥିଲା ବୋଲି କୁହାଯାଉଛି। ପୂର୍ବ ଲଦାଖର ନୟୋମା ଅଞ୍ଚଳରେ ସୀମା ସଡ଼କ ସଂଗଠନ ଦ୍ୱାରା ଏକ ନୂତନ ଏୟାରଫିଲ୍ଡ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ମୋଟ୍ ୨୧୮ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ ରହିଛି । ଭାରତ-ଚୀନ୍ ସୀମାରେ ଚୀନକୁ କଡ଼ା ଟକ୍କର ଦେବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।ବିଗତ ତିନି ବର୍ଷ ଧରି ଚୀନ  ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସୈନ୍ୟ ଏବଂ ସାମଗ୍ରୀ ପରିବହନ ପାଇଁ ଆବଶ୍ୟକୀୟ ସମୟରେ ପୂର୍ବ ଲଦାଖରେ ଥିବା ନ୍ୟୁମା ଆଡଭାନ୍ସଡ୍ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ବ୍ୟବହାର କରାଯାଉଛି । ୨୦୨୦ମସିହାରେ ଗଲୱାନ୍ ଘାଟିରେ ବଡ଼ ଧରଣର ସୀମା ବିବାଦ ହୋଇଥିଲା । ସେଥିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ହେବା ପରଠାରୁ ସୀମାରେ ଉତ୍ତେଜନା ଜାରି ରହିଛି। ତେବେ ଆଗାମୀ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂଆ ସାମରିକ ପ୍ରକଳ୍ପ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ଭରତର ଏଭଳି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ଓ ସାମରିକ ଶକ୍ତିର ଉନ୍ନତିକରଣ ଏବେ ଭାରତୀୟ ଜବାନ୍ ମାନଙ୍କ ମନବଳ ବଢ଼ାଇବା ସହିତ ସୀମାପାର ଶତୃଙ୍କ ଚିନ୍ତା ବଢ଼ାଇପାରେ ବୋଲି କୁହାଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.