ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଗୋରା ପୁଞ୍ଜି ୭୭ ବର୍ଷ ବୟସରେ ରବିବାର ଅପରାହ୍ନ ଘ୨.୪୭ ମିନିଟ ସମୟରେ ଇହଲିଳା ସମ୍ବରଣ କରିଛନ୍ତି। ସେ ଜଣେ ଧର୍ମ ପରାୟଣ ଏବଂ ଜଣାଶୁଣା ବ୍ୟକ୍ତିତ୍ବ ଥୂଲେ। ତାଙ୍କୁ ବିରାଟ ଶୋଭାଯାତ୍ରା ଶ୍ମଶାନକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଦୁଇ ପୁଅ ଶିଦ୍ଦେଶ୍ବର ପୁଞ୍ଜି ଏବଂ ଧନେଶ୍ଵର ପୁଞ୍ଜି ମୁଖାଗ୍ନୀ ଦେଇଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।





