କୁନି ବୈଜ୍ଞାନିକଙ୍କୁ ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁରଙ୍କ ଶୁଭେଚ୍ଛା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ମ.ରାମପୁରର କୁନି ବୈଜ୍ଞାନିକ ଦୀପାନ୍ବିତା ମିଶ୍ରଙ୍କୁ ତାଙ୍କ ସଫଳତା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଶୁଭେଚ୍ଛା ଜଣାଇ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଦୀପାନ୍ବିତା ମିଶ୍ର ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ରୀ ଅଟନ୍ତି । ଗତ ସେପ୍ଟେମ୍ବର ୧୦ ତାରିଖରେ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଅନୁଗୁଳରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ରାଜ୍ୟର ବିଭିନ୍ନ ସଂକୁଳରୁ ଆସିଥିବା ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷା ବିକାଶ ସମିତି ଓଡିଶା ଦ୍ୱାରା ଆୟୋଜିତ ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ପତ୍ରାଚନ ମେଳାରେ ଦକ୍ଷିଣ ସଂଭାଗ ସ୍ତରରୁ ମନୋନୀତ ହୋଇ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଦୀପାନ୍ବିତା । ସେ ବ୍ୟଙ୍ଗ କବି ସୁଶାନ୍ତ କୁମାର ମିଶ୍ର ଓ ସଂଗୀତା ମିଶ୍ରଙ୍କ ଏକମାତ୍ର କନ୍ୟା ଅଟନ୍ତି । ଦୀପାନ୍ବିତାଙ୍କ ଏହି ସଫଳତାରେ ମ.ରାମପୁରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଯୁବ ସମାଜସେବୀ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.