ମିଶନ୍ ଶକ୍ତି ଋଣ ମେଳା: ଆର୍ଥିକ ସଶକ୍ତ ଓ ସ୍ବାବଲମ୍ବୀ ହେବେ ମହିଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢ଼ି ଉଠିଛି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ବା ଏସ୍ଏଚ୍‌ଜି। ଏମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସରକାରଙ୍କ ପ୍ରୋତ୍ସାହନରେ ଋଣ ଯୋଗାଇ ଦିଆଯାଉଛି। ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରି ଲାଭବାନ ହେବା ସଙ୍ଗେସଙ୍ଗେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହୋଇ ଦେଶ ଗଠନରେ ସାମିଲ ହୋଇପାରୁଛନ୍ତି ମହିଳା ଗୋଷ୍ଠୀ। ଫଳରେ ସେମାନଙ୍କ ସାମାଜିକ ସ୍ଥିତି ମଧ୍ୟ ମଜବୁତ ହୋଇପାରୁଛି। ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତିକୁ ଗତିଶୀଳ କରାଇବାରେ ଏମାନେ ନିର୍ବାହ କରୁଛନ୍ତି ଏକ ପ୍ରମୁଖ ଭୂମିକା। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କୋକସରା ବ୍ଲକ ଡହ ଗାଁ ପଞ୍ଚାୟତରେ ଆୟୋଜିତ ହୋଇଛି ମିଶନ୍ ଶକ୍ତି ଋଣ ମେଳା। ଡହଗାଁ ଗ୍ରାମପଞ୍ଚାୟତ ମିଶନ ଶକ୍ତି ତରଫରୁ ସିଆଇଏଫ୍ ଲୋନ ବିତରଣ କାର୍ଯ୍ୟକ୍ରମରେ କୋକସରା ବିପିଏମ ସୁରେଶ ରାଉତଙ୍କ ତତ୍ତ୍ଵାବଧନରେ ଡହଗାଁ ମିଶନ ଶକ୍ତି ସଭାପତି ସଂଯୁକ୍ତା ସିଂ ରାଜପୁତ, ସମ୍ପାଦକ ରମଣୀ ଦାସ, ଏମବିକେ ଇନ୍ଦୁରେଖା ବାଗ ଲୋନ୍ ବିତରଣ କରିଥଲେ। ୨୫ ଟି ଏସଏଚଜି ଗ୍ରୁପର ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଚେକ୍ ବିତରଣ କରିଥଲେ। ସିଆରପି ଡିଲେଶ୍ଵରି ନାଏକ, ରିଙ୍କି ଖମାରୀ, ସବିତା ନାଏକ, ସ୍ୱାଗତିକା ନାଏକ, ରଶ୍ମିତା ହଂସ, ତନୟା ନାଏକ, ଦେବକୀ ଭରତିଆ, ପିଙ୍କି ନାଏକ, ନିହାର ବାଗ, ବବିତା ତାଣ୍ଡି ଲୋନ ବିତରଣ ସମୟରେ ୨୫ ଗୋଟି ଏସଏଚଜି ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.