ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାକୁ ପତଞ୍ଜଳୀ ସ୍ୱଦେଶୀ ବିଭାଗ ପକ୍ଷରୁ ପର୍ଯ୍ୟବେକ୍ଷଣ କାର୍ଯକ୍ରମରେ ଓଡିଶା ପଶ୍ଚିମ ପ୍ରାନ୍ତର ମୁଖ୍ୟ ପର୍ଯ୍ୟବେକ୍ଷକ ସୁଧାଂଶୁ ଦୀକ୍ଷିତ ସୋନପୁର ପତଞ୍ଜଳୀ ଚିକିତ୍ସାଳୟରେ ଚିକିତ୍ସାଳୟ ସଂଚାଳକ ରବୀନ୍ଦ୍ର ମେହେରଙ୍କ ସହିତ ଜିଲ୍ଲା ପତଞ୍ଜଳୀ ସ୍ୱଦେଶୀ ବିଭାଗର ବିଷୟ ବସ୍ତୁ ବିଷୟ ରେ ଆଲୋଚନା କରିଥିଲେ । ଜିଲ୍ଲା ଯୁବ ଭାରତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡାଙ୍କୁ ସ୍ୱଦେଶୀ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା । ଗୋପାଳଜି ଯୋଗାଳୟରେ ଯୋଗ ଅଭ୍ୟାସ ଓ ସ୍ୱଦେଶୀ ପ୍ରଚାର ପ୍ରସାର ତଥା ଜିଲ୍ଲାକୁ ସ୍ୱଦେଶୀ ଆନ୍ଦୋଳନରେ ସାମିଲ କରିବା ସକାଶେଶ୍ରୀ ସୁଧାଂଶୁ ଦୀକ୍ଷିତ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ଯୋଗ ସମିତିର ସଭାପତି ହରିହର ଶତପଥୀ ଓ ସଂପାଦକ ଆର୍ତ୍ତତ୍ରାଣ ବାବୁଙ୍କ ଦ୍ବାରା ମାନପତ୍ର ଉପଢୌକନ ଦେଇ ସୁଧାଂଶୁ ଦୀକ୍ଷିତଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବେଦ ପ୍ରଚାର ସମିତିର ସମ୍ପାଦକ ପଙ୍କଜ ମେହେର, ଜ୍ୟୋତି ରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ଦାଶ, ସୁଶାନ୍ତ ସାହୁ, ପ୍ରଶାନ୍ତ ସାହୁ, ଡ଼ଃ ସନ୍ତୋଷ ପାଢ଼ୀ, ଗୁଣନିଧି ଥନାପତି, ପୂଜାରାନି ମେହେର, ରବୀନ୍ଦ୍ର ମେହେର, ନିରଞ୍ଜନ ତ୍ରିପାଠୀ, ପ୍ରତାପ ଦାସ ଓ ସମାଜସେବୀ ମନ ରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।