ସଇଁତଲାରେ ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ମିନି ଷ୍ଟାଡିୟମ ପରିସରରେ ବ୍ଲକସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମନୀତ ଅତିଥି ଭାବରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ସିଆଇସିସି ଶେଷଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସଭାକୁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଚୟନରେ ୧୭ ବର୍ଷ ବୟସରୁ କମ ବାଳକ ଓ ବାଳିକା ବର୍ଗମାନଙ୍କୁ ଚୟନ କରାଯାଇଥିଲା। ଏଥିରେ ୨୫ ଗୋଟି ବିଦ୍ୟାଳୟର ୭୫ଜଣ  ଖେଳାଳି ଭାଗ ନେଇଥିଲେ। ନରସିଂହ ନାଇଡୁ, ବିନୋଦ ବେହେରା, ଅଭିମନ୍ୟୁ ଭୋଇ, ହିମାଂଶୁ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ। ଏଥିରେ ଶାରୀରିକ ଶିକ୍ଷକ ପ୍ରଶାନନ୍ଦ ବାଗ, ରାଜବିହାରୀ ବନଛୋର, ସୁଦର୍ଶନ ନାୟକ, ବନିତା ବନଛୋର, ଆଶୁତୋଷ ରାଜପଲିଆ, ରଞ୍ଜିତ କୂଅର, ପ୍ରଫୁଲ୍ଲ ରଣା, ଦିନମଣି ପୋଢ଼, ସୁନୀଲ ମହାପାତ୍ର ଓ ସତ୍ୟ ନାରାୟଣ ସାହୁଙ୍କ ସମେତ ସମସ୍ତ ଶାରୀରିକ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.