ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସଭାଗୃହ ଠାରେ ଆଜି ବ୍ଲକ କଳା ସଂସ୍କୃତି ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ସାଂସ୍କୃତିକ ଦଳ ମାନଙ୍କର ପଞ୍ଜିକରଣ ହୋଇଥିଲା। ନର୍ଲା ଏବିଡିଓ ପ୍ରଫୁଲ୍ଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଏସଏସଓ ପ୍ରଦୀପ ବେହେରା ଓ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ସର୍ବେଶ୍ଵର ଭୋଇ ବିକେଏସଏସ ସଭ୍ୟ ତଥା ସଭାପତି ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସଞ୍ଜୟ ଧଙ୍ଗଡା ମାଝୀ, କଳାକାର କୈାତୁକ ଖମାରି, ଡିଇଓ ଯୋଗେଶ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ରହି କିପରି ଭାବରେ ଲୋକ କଳା ଜନସାଧାରଣଙ୍କ ପାଖରେ ପରିବେଷଣ କରିବେ ସେନେଇ ପୁଙ୍କାନୂପୁଙ୍ଖ ଆଲୋଚନା କରିଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୧ ମସିହାରୁ ରାଜ୍ୟରେ ବ୍ଲକ କଳା ସଂସ୍କୃତି ସଂଘ (BKSS) ଏଵଂ ଜିଲ୍ଲା କଳା ସଂସ୍କୃତି ସଂଘ(ZKSS) କାର୍ଯ କରି ଆସୁଛି। କଳା ସଂସ୍କୃତି ସଂଘର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ତଥା ରାଜ୍ୟ ସରକାରଙ୍କ ସୂଚନା, ଶିକ୍ଷା ଓ ଯୋଗା ଯୋଗର (IEC) ଅଂଶ ଭାବରେ ସାଂସ୍କୃତିକ ଦଳ ମାଧ୍ୟମରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଠି କରିବା ଓ ସରକାରୀ ଯୋଜନା ଏବଂ ଯୋଜନାରେ ଲୋକଙ୍କ ସଂପୃକ୍ତିକୁ ଅଧିକ ସୁଦୃଢ କରିବା। ବ୍ଲକ କଳା ସଂସ୍କୃତି ସଂଘରେ ପଞ୍ଜୀକୃତ ହୋଇଥିବା ଓ ହୋଇ ନା ଥିବା ସାଂସ୍କୃତିକ ଦଳ ମଧ୍ୟ ଏହି ସୁଯୋଗ ଦିଆଯିବ ବୋଲି ଏବିଡିଓ ପ୍ରଫୁଲ୍ଲ କୁମାର ସାମଲ ଏହି ଅବସରରେ ମତ ରଖିଥିଲେ।