ଅଗ୍ନିଶମ ବିଭାଗ ତରଫରୁ ବାଳିକା ବିଦ୍ୟାଳୟରେ ମଗଡ୍ରିଲ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଅଗ୍ନିଶମ ବିଭାଗ ତରଫରୁ ମଗଡ୍ରିଲ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର , ଲିଡିଙ୍ଗ ଫାୟାର ମ୍ୟାନ ସମୀର ସାହୁ , ସିଆସିସି ଚିନ୍ତାମଣି ସାହୁ , ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ତ୍ରିପାଠୀ, ବୀଣାପାଣି ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଆଁ ଦ୍ୱାରା କୋଣସି ପ୍ରକାଶ ଦୁର୍ଘଟଣା ଘଟିଲେ କିପରି ନିଆଁ କୁ ଆୟତ୍ତ କରିହେବ ସେ ଉପରେ ଆଲୋକପାତ କରିଥିଲେ l ଏଥିରେ ଫାୟାର ମ୍ୟାନ ବୃଦ୍ଧଦେବ ପ୍ରଧାନ, ରାଧେଶ୍ୟାମ ସାହୁ, ଇନ୍ଦ୍ରଜିତ ଭୋଇ , ସହଦେଵ ଧରୁଆ , ସୂର୍ଯ୍ୟକାନ୍ତ ସାହୁ, ଦିବାକର ପଟ୍ଟନାୟକ, ଶିକ୍ଷକ ବ୍ରହ୍ମାନନ୍ଦ ଭୋଇ , ନିପନ ନାୟକ , ସନ୍ଧ୍ୟାରାଣୀ ମିଶ୍ର, ପଦ୍ମାଳୟା ତ୍ରିପାଠୀ ଓ ବନିତା ପ୍ରଧାନ , କର୍ମଚାରୀ ବାସୁଦେବ ଶୁଣାନୀ ଓ ବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ l

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.