୫ଟି ସଚୀବଙ୍କ ଭିଡିଓ କନଫରେନ୍ସିଙ୍ଗ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ହାଇସ୍କୁଲ ଗୁଡ଼ିକୁ ରାଜ୍ୟ ସରକାର ୫ଟି ମାଧ୍ୟମରେ ରୂପାନ୍ତରିତ କରିଛନ୍ତି । ତିନିଗୋଟି ପର୍ଯ୍ୟାୟରେ ଏହି ରୂପାନ୍ତରିତ କାର୍ଯ୍ୟ ସମ୍ପାଦନ ହୋଇ ସାରିଥିବା ବେଳେ ଚତୁର୍ଥ ପର୍ଯ୍ୟାରେ ହାଇସ୍କୁଲ ରୁପାନ୍ତରିତ କାର୍ଯ୍ୟକ୍ରମ ଚାଲିଛି । ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲ ମାନଙ୍କର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ଲକ ଗୁଡିକରେ ଅନୁଷ୍ଠିତ ହୋଇଛି ସମୀକ୍ଷା କାର୍ଯ୍ୟକ୍ରମ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମ । ଏଥିପାଇଁ ନର୍ଲା ବ୍ଲକ ପ୍ରଶାସନ ତରଫରୁ ସମ୍ମେଳନ କକ୍ଷକୁ ନବବଧୁ ଭଳି ସଜେଇ ଦିଆଯାଇଥିଲା । ରାଜ୍ୟର ସମସ୍ତ ବ୍ଲକ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ୫ଟି ସାଚୀବ ଭିକେ ପାଣ୍ଡିଆନ ରୁପାନ୍ତରିତ ହୋଇଥିବା ହାଇସ୍କୁଲ ମାନଙ୍କ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ପରିଚୟ ଆଦାନ ପ୍ରଦାନ ସାଙ୍ଗକୁ ରୁପାନ୍ତରିତ ହାଇସ୍କୁଲ ଏବେ କେମିତି ଲାଗୁଛି । ଅତ୍ୟାଧୁନିକ ବିଜ୍ଞାନ ଲେବ, କମ୍ପ୍ୟୁଟର ମାଧ୍ୟମରେ ପାଠ ପଢିବା କେମିତି ଲାଗୁଛି । ଆପଣ ପାଠ ପଢି କଣ ହେବା ପାଇଁ ଲକ୍ଷ ରଖିଛନ୍ତି ?ଆପଣ ମାନଙ୍କ ବିଦ୍ୟାଳୟ ପାଇଁ ଆଉ ନୂଆ କଣ କରାଯାଇପାରେ ? ଏସବୁ ବିଷୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଭାବର ଆଦାନ ପ୍ରଦାନ କରିଥିଲେ ୫ଟି ସଚୀବ ଶ୍ରୀ ପାଣ୍ଡିଆନ ।