ରାୟଗଡା ବିଧାୟକ ପାଣ୍ଠିରୁ ମିଳିଲା ୨ଟି ଏମଏଚୟୁ ଗାଡି, ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

ଭ୍ରାମ୍ୟମାଣ ଚିକିତ୍ସା ସେବା ଅଧିକ ନିକଟତର, ଦୁର୍ଗମ ଅଞ୍ଚଳ ଲୋକେ ହେବେ ଉପକୃତ -ମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ବିଧାୟକ ପାଣ୍ଠି ୨୦୨୨-୨୩ରୁ ୨୫ଲକ୍ଷ ଟଙ୍କା ଅନୁଦାନରେ ଆଦିବାସୀ ବହୁଳ ରାୟଗଡା ଜିଲ୍ଳା ସଦର ବ୍ଳକର ଜେମାଦେଇପେଣ୍ଠ ଓ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଦିଆଯାଇଛି ଗୋଟିଏ ଲେଖାଁଏ ଭ୍ରାମ୍ୟମାଣ ଚିିକିତ୍ସା କେନ୍ଦ୍ର ଗାଡି । ଆଜି ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର ଦାସ,ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, କାଶିପୁର ବ୍ଳକ ଅଧ୍ୟକ୍ଷ କଣ୍ଠଶ୍ୱେର ମାଝି, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାଏଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । କାଶିପୁର ଓ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅନେକ ଦୁର୍ଗମ ଅଂଚଳର ଲୋକେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ସେବା ପାଇ ଆସୁଥିଲେ ମଧ୍ୟ ଏହି ୨ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ଥିବା ଗାଡିଗୁଡିକ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ ସମୟ ଧରି ବ୍ୟବହୃତ ହୋଇଆସୁଥିବା ବେଳେ ବର୍ତମାନ ଏହା ଆଉ ଉପଯୋଗୀ ହୋଇପାରୁନ ଥିଲା । ଅଂଚଳବାସୀଙ୍କ ଦାବି ସହ ଜିଲ୍ଳା ସ୍ୱାସ୍ଥ୍ୟ ସମିତିର ନିବେଦନ କ୍ରମେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ବିଧାୟକ ପାଣ୍ଠିରୁ ୧୨ଲକ୍ଷ ୫୦ହଜାର ଟଙ୍କା ଆକାରରେ ୨୫ଲକ୍ଷ ଟଙ୍କା ବ୍ୟୟରେ ୨ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଗାଡି ଯୋଗାଇ ଦିଆଯାଇଛି । ଫଳରେ ଦୁର୍ଗମ ଅଂଚଳବାସୀଙ୍କୁ ଏବେ ଏହି ସେବା ଆହୁରି ନିକଟତର ହେବ ବୋଲି ମନ୍ତ୍ରୀ ଓ ବିଧାୟକ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳାର ଅନ୍ୟ ୮ଟି ସିଏଚସିରେ ଏମଏଚୟୁ ଗାଡି ରହିଥିବା ବେଳେ ଗୁଣପୁର,ଗୁଡାରୀ ଓ ଚନ୍ଦ୍ରପୁର ସିଏଚସି ପାଇଁ ଏମଏଚୟୁ ଗାଡିର ଆବଶ୍ୟକ ଥିବାରୁ ଜିଲ୍ଳାପାଳଙ୍କୁ ଅନୁରୋଧ କରାଯାଇଥିବା ନେଇ ସିଡିଏମଓ ପ୍ରକାଶ କରିଛନ୍ତି । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏଚଏମ ଡିପିଏମ ରାଜେଶ ପଟ୍ଟନାୟକ, ଜେମାଦେଇପେଣ୍ଠ ସିଏଚସି ମେଡିକାଲ ଅଫିସର ଡାକ୍ତର ପ୍ରଦୀପ୍ତ କୁମାର ସୁବୁଦ୍ଧି, ଏମଏଚୟୁ ମେଡିକଲ ଅଫିସର ଡାକ୍ତର ସୁନୀଲ ପ୍ରସାଦ ମହାପାତ୍ର, ଫର୍ମାସିଷ୍ଟ ରେଣୁକା କୁମାରୀ ସାହୁ, କାଶିପୁର ସିଏଚସି ମେଡିକଲ ଅଫିସର ଡାକ୍ତର ନେତ୍ରାନନ୍ଦ ନାୟକ, ଏମଏଚୟୁ ମେଡିକଲ ଅଫିସର ଡାକ୍ତର ରାମପ୍ରସାଦ ମହାପାତ୍ର, ଫର୍ମାସିଷ୍ଟ ସୁଶୀଲ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.