ଭିଏତନାମା ଭାଷାରେ ଅନୁବାଦିତ ହେଲା ଡ.ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆନ୍ତାର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିବା କବି ଡ଼. ଭବାନୀ ଶଙ୍କର ନିଆଲଙ୍କ ମୃତ୍ୟୁର ଚେତନା ଉପରେ ପର୍ଯ୍ୟବେଷିତ ‘ଆନ ଇନକାଉନଣ୍ଟର ୱ୍ଵୀଥ ଡେଥ’ ପୁସ୍ତକରୁ ସଂଗୃହିତ ୩ଟି କବିତା ଭିଏତନାମା ଭାଷାରେ ଅନୁବାଦିତ ହୋଇଯାଇଛି । ଏହି କବିତାକୁ ଗୋବିନ୍ଦ ସାହୁ ଇଂରାଜୀରେ ଅନୁବାଦ କରିଥିବାବେଳେ ଭିଏତନାମା ଭାଷାରେ କବି ଟ୍ରାଙ୍ଗ ଟ୍ରନ ହୋଏ ଫାନ ଅନୁବାଦିତ କରିଛନ୍ତି ।

ସେ ଏକାଧାରରେ ଜଣେ କବି, ଲେଖିକା ଏବଂ ଅନୁବାଦିକା । ସେ ବର୍ମିଘମ୍ ୟୁନିଭେର୍ସିଟିରେ ଅଧ୍ୟୟନ କରିଥିଲେ । କ୍ରମାଗତ ଭାବେ ଡ଼.ନିଆଲ ଙ୍କର କବିତା ସବୁ ପୃଥିବୀର ୨୦ରୁ ଉର୍ଦ୍ଧ୍ବ ଭାଷାରେ ଅନୂଦିତ ହୋଇସରିଛି। ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଚଳଚଞ୍ଚଳ କବି ଶ୍ରୀ ନିଆଲଙ୍କ ପୂର୍ବରୁ ୩ଟି ଓଡ଼ିଆ କବିତା ସଂକଳନ ସମେତ ହିନ୍ଦୀ ସଂକଳନ ରହିଛି। ସମ୍ପ୍ରତି ଲବ୍ଧପ୍ରତିଷ୍ଠ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନୀତ ହେବା ସଙ୍ଗେ ସଙ୍ଗେ ଅନେକ ସଂଗଠନର ଅଧ୍ୟକ୍ଷ ଓ ସଦସ୍ୟ ଭାବେ କାର୍ଯ୍ୟରତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.