ସରକାରୀ ଡାକ୍ତରଖାନାରେ ଆରମ୍ଭ ହେଲା ପ୍ରଥମ ଟ୍ରାନ୍ସଜେଣ୍ଡର ଓପିଡି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କିନ୍ନରଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପ୍ରଶାସନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଓପିଡି। ଦୀର୍ଘ ସମୟ ଧରି ତୃତୀୟଲିଙ୍ଗି ସମ୍ପ୍ରଦାୟର ଲୋକମାନେ ସରକାରୀ ଡାକ୍ତରଖାନାରେ ସ୍ୱତନ୍ତ୍ର ଆଉଟ ରୋଗୀ ବିଭାଗ (OPD) ସେବା ଖୋଲିବା ପାଇଁ ଦାବି କରୁଥିଲେ। ବର୍ତ୍ତମାନ ସେମାନଙ୍କର ଦାବି ପୂରଣ ହୋଇଛି।

Omkar Vasthu
Omkar Vasthu

ଏହା ବ୍ୟତୀତ ରବିବାର ଆରଏମଏଲ ହସ୍ପିଟାଲରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଛି। କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଓପିଡି ଏବଂ ରକ୍ତ ଦାନ ଶିବିରକୁ ହସ୍ପିଟାଲର ମେଡିକାଲ୍ ଅଧୀକ୍ଷକ ଅଜୟ ଶୁକ୍ଲା ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଡକ୍ଟର ଶୁକ୍ଲା କହିଛନ୍ତି, ଏହି ସ୍ୱତନ୍ତ୍ର ଓପିଡି ସେବା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ପ୍ରତ୍ୟେକ ଶୁକ୍ରବାର ଅପରାହ୍ନ ୨ ଟାରୁ ୪ ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ଏବଂ ଏଥିପାଇଁ ଏକ ପୃଥକ ପଞ୍ଜୀକରଣ କାଉଣ୍ଟର ରହିବ।

Pearl dental clinic
Near Ashish Medical Store, Bhawanipatna

ଏହାସହ ହରମୋନ୍ ଆନାଲିସିସ୍ ଏବଂ ମାଗଣା ହରମୋନ୍ ଚିକିତ୍ସା ସହିତ ଏକ ଏଣ୍ଡୋକ୍ରିନୋଲୋଜି ସୁବିଧା ରହିବ। ସେହିପରି କ୍ଲିନିକାଲ୍-ସାଇକୋଲୋଜିକାଲ୍ ଆକଳନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ସୁବିଧା ସହିତ ଏକ ଏଣ୍ଡୋକ୍ରିନୋଲୋଜି ସୁବିଧା ମଧ୍ୟ ଉପଲବ୍ଧ ହେବ। ଅଜୟ ଶୁକ୍ଲା କହିଛନ୍ତି ଯେ, ଏହା ବ୍ୟତୀତ ଚର୍ମରୋଗ, ୟୁରୋଲୋଜି ଏବଂ ଶିଶୁ ଚିକିତ୍ସା ସେବା ଏବଂ ସମସ୍ତ ସମ୍ବନ୍ଧୀୟ ରକ୍ତ ପରୀକ୍ଷା ସେବା ଓପିଡିରେ ଉପଲବ୍ଧ ହେବ। ଓପିଡି ସେବା ବିଭାଗରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଏକ ଶୌଚାଳୟ ମଧ୍ୟ ରହିବ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.