ଏନଏସି ପୁରୁଷୋତ୍ତମପୁରରେ ସ୍ୱଚ୍ଛତା ପରିଛନ୍ନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସହରକୁ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ରଖିବା ଉଦେଶ୍ୟରେ ଏନଏସିର ପରିମଳ ବିଭାଗର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ‘ସ୍ୱଚ୍ଛତା ପରିଚନ୍ନତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱଚ୍ଛତା ପରିଛନ୍ନତା କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଏବଂ କାଉନସିଲର ଅଶୋକ କୁମାର ମହାଙ୍କୁଡ ଯୋଗଦେଇ ସ୍ୱଚ୍ଛତା ପରିଛନ୍ନତା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସହଯୋଗ କରି ସଫେଇ କର୍ମଚାରୀ ସ୍ୱଚ୍ଛସାଥିଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୫ରୁ ଅକ୍ଟବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସଫେଇ ବିଭାଗର ସୁପରଭାଇଜର ସନ୍ତୋଷ କୁମାର ପଣ୍ଡା, ସନ୍ତୋଷ ଭୂୟାଁ, ପବିତ୍ର ବେହେରା, ଅର୍ଦ୍ଧେନ୍ଦୁ ଦୋରା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.