ସର୍ଗିଗୁଡାରେ ସମ୍ପନ୍ନ ହେଲା “ରୁଗିବଟା” ପରମ୍ପରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ମୁଖ୍ୟ ଗଣପର୍ବ “ନୂଆଖାଇ” । ବର୍ଷର ପ୍ରଥମ ମୁଖ୍ୟ ଫସଲ ନୂଆ ଭାବରେ ଫଳିଥିବା ଧାନ ଯାହାକୁ କି ଲକ୍ଷ୍ମୀ ବୋଲି ବିଦିତ କରାଯାଉଛି । ତାକୁ ସମ୍ମାନର ସହିତ ପୂଜା କରି, ଗ୍ରାମଦେବୀଙ୍କ ନିକଟରେ ସମର୍ପଣ କରି ପରିବାର ଏକାଠି ହୋଇ ଭକ୍ଷଣ କରିବା ପରମ୍ପରାକୁ ହିଁ “ନୂଆଖାଇ” କୁହାଯାଏ । ଏହା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଗଣେଶପୂଜା ପଅର ଦିନ ଅନୁଷ୍ଠିତ ହୋଇଥାଏ ।

Omkar Vasthu
Omkar Vasthu

ପଶ୍ଚିମ ଓଡିଶାର ଏହାଏକ ଅନନ୍ୟ ପରମ୍ପରା । ଏହି ନବାନ୍ନ ପୂର୍ବରୁ ଆହୁରି ଅନେକ ବିଧି ଓ ପରମ୍ପରା ରହିଛି । ଗ୍ରାମଦେବୀ ଧରଣୀ ଦେବୀଙ୍କ ନିକଟରେ ଏଥିପାଇଁ ପୂର୍ବରୁ କେତେକ ବିଧି ବିଧାନରେ ପୂଜା ଆରମ୍ଭ କରାଯାଇଥାଏ । ଗାଁ ର ଗାଁଉଟିଆ, ଜାନୀ, ଝାକର,ଗଣା ଓ ଗାଁ ଲୋକଙ୍କ ଉପସ୍ଥିତିରେ ଗ୍ରାମର ଧରଣୀ ଦେବୀଙ୍କ ଠାରେ ପୂଜା କରିଥାନ୍ତି ।

Pearl dental clinic
Near Ashish Medical Store, Bhawanipatna

ଏହି ପରମ୍ପରା ମାନଙ୍କ ମଧ୍ୟରେ “ରୁଗିବଟା” ପରମ୍ପରା ଅନନ୍ୟ । ନୂଆଖାଇ ପୂର୍ବରୁ ପଡୁଥିବା ମଙ୍ଗଳବାର କିମ୍ବା ଶନିବାର ଦିନ ଏହି “ରୁଗିବଟା” ଅନୁଷ୍ଠିତ ହୋଇଥାଏ । ନୂଆଖାଇ ପାଇଁ ଲୋକେ ନୂଆ ବସ୍ତ୍ର କରିବା ସହିତ ମାଟିଘର କୁ ଲିପା ପୋଛା କରି, ଅଳନ୍ଧୁ, ଅଳିଆ, ବାସନ, ଖଟ ପଲଙ୍କ, ଘର ଚାରିପାଖ ଘାସ ବୁଦା ପ୍ରଭୃତି ସଫା କରିଥାନ୍ତି ।

Udyog Nursery
Udyogi Nursery

ଏହାବାଦ୍ ନୂଆଖାଇ ପୂର୍ବ ମଙ୍ଗଳବାର କିମ୍ବା ଶନିବାର ପାଳିତ ହୋଇଥାଏ ପାରମ୍ପାରିକ “ରୁଗିବଟା”ର ଏହି ରିତିନୀତି । ଏହାର ଅର୍ଥ ଗ୍ରାମରେ ଯେତେ ରୋଗ, ଦୁଃଖ ରହିଥିବ ତାକୁ ପୂଜା ମାଧ୍ୟମରେ ବିଦାକରିବାର ପର୍ବ ହିଁ “ରୁଗିବଟା” ପର୍ବ ।
ଏହା ବିଶେଷତଃ ଆଦିବାସୀଙ୍କ ପରମ୍ପରା ଓ ପୂଜା । ନର୍ଲା ବ୍ଲକର ଅନେକ ଗ୍ରାମରେ ଆଜି ମଙ୍ଗଳବାର ଅନୁଷ୍ଠିତ ହେଉଛି “ରୁଗିବଟା” ପର୍ବ । ଏହି କ୍ରମରେ ଆଜି ସର୍ଗିଗୁଡା ଗ୍ରାମର ଜାନୀ ଅପିନ୍ଦ୍ର ମାଝୀ,ଝାକର, ଗାଁଉଟିଆ ବଂଶୀୟ ଯୁବକ ସୁଶାନ୍ତ ନାଏକ, ପୂଜା ସହଯୋଗୀ ଘାସି ମାଝୀ, ତମାଖୁର ମାଝୀ, ସୁନାଧର ମାଝୀ, ବଳିୟାର ମାଝୀ, ଡମ୍ବରୁ ଗୌଡ଼ ପ୍ରମୁଖ ସକାଳୁ ଆସି ଗାଁରେ ଘୋଷଣା କଲେ “ରୁଗିବଟା” ପାଇଁ “ଅକତା ପତ୍ର” କାଢିବାକୁ । ଗାଁର ର ପ୍ରତ୍ୟେକ ଘରୁ ଦୁବ, ଚାଉଳ, ଧୂପ, ଦୀପ, ଚାଉଳ କାଢି ଗାଁ ମଝିରେ ରଖାଗଲା । ଏହାପରେ ଧୁପ, ଦୀପ, ସହ କୁକୁଡା ଓ ଦକ୍ଷିଣା ନେଇ ଯାଇଥିଲେ ଗ୍ରାମ ଶେଷ ମୁଣ୍ଡକୁ “ରୁଗିବଟା” ପାଇଁ । ସେଠାରେ ପୂଜାବିଧି କରି ଗ୍ରାମର ରୋଗ, ଦୁଃଖକୁ “ରୁଗିବଟା” ମାଧ୍ୟମରେ ବିଦା କରାଯାଇ ଗାଁ କୁ ନିରୋଗ ରଖିବା ପାଇଁ ପ୍ରାର୍ଥନା କରିଥିଲେ ଜାନୀ, ଝାଙ୍କର, ଗାଁଉଟିଆ ଓ ଗଣା । ଆସନ୍ତା କାଲି ବୁଧବାର ଗ୍ରାମଦେବୀଙ୍କୁ ବଳିଭୋଗ ପ୍ରଦାନ କରାଯିବା ପରେ ନୂଆଖାଇ ଅନୁଷ୍ଠିତ ହେବ । ସର୍ଗିଗୁଡା ଗ୍ରାମର ରୁଗିବଟା ପର୍ବ ଆଜି ମଙ୍ଗଳବାର ସମ୍ପନ୍ନ ହୋଇଥିବା ବେଳେ ଗ୍ରାମର ଗାଁଉଟିଆ ପରିବାରର ସଦସ୍ୟ କଲାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦିପ ନାଏକ, ନର୍ଲା ଯାଦବ ସମାଜର ବରିଷ୍ଠ ସଦସ୍ୟ ଗିରିଧାରୀ ଗଉଡ, ବରିଷ୍ଠ ନାଗରିକ ଜହରଲାଲ ବିଶ୍ୱାଳ, କିଶୋର ନାଏକ ପ୍ରମୁଖ “ରୁଗିବଟା” କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଏହି “ରୁଗିବଟା” ନିତି ଏକ ସ୍ୱଚ୍ଛତାର ପରମ୍ପରା କହିଲେ ଅତ୍ୟୁକ୍ତି ହେବ ନାହିଁ । କାହିଁ କେଉଁ ଆଦିମ କାଳରୁ ଏହି ସ୍ୱଚ୍ଛତା ଓ ନିରାମୟର ପରମ୍ପରା “ରୁଗିବଟା” ଅନୁଷ୍ଠିତ ହୋଇ ଆସୁଛି । ଏହି “ରୁଗିବଟା” ପୂଜା ମାଧ୍ୟମରେ ରୋଗକୁ ବାଟେଇ ( ବିଦାକରି) ଦିଆଯାଇଥାଏ । ଫଳରେ ଗ୍ରାମଦେବୀ “ଧର୍‌ନୀ” ଗ୍ରାମକୁ ନିରୋଗ ଓ ସ୍ୱଚ୍ଛ ରଖିଥାନ୍ତି ବୋଲି ବିଶ୍ୱାସ ରହିଆସିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.