ଭୋଇରମୁଣ୍ଡା ଗଜାନନ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟ ଘାଟ

ଆମ ସଂସ୍କୃତି ଓ ପରମ୍ପରା ଆମର ଗର୍ବ -ଅବିନାଶ ଠାକୁର, ବିଶେଷଜ୍ଞ ସଦସ୍ୟ ଡବ୍ଲୁଓଡିସି

ଓଡିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମାଜ ସେବା ଓ କଳାହାଣ୍ଡି ବାସୀଙ୍କ ସୁବିଧା ଅସୁବିଧା ସମୟରେ ସେମାନଙ୍କ ସାହାର ସାଜି ସମସ୍ତଙ୍କ ସୁଖ, ଦଃଖ ରେ ଭାଗୀଦାରି ହେଉଥିବା ଭଳି କଳାହାଣ୍ଡିର ଜଣେ ଯୁବ ବ୍ୟକ୍ତିତ୍ୱ, ଯୁବ ନେତୃତ୍ୱ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଲୋକାଭୀମୁଖୀ କାର୍ଯ୍ୟକ୍ରମ ଓ ଯୋଜନା ଗୁଡିକର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇ ଆଜି ଯୁବପିଢୀ ପାଇଁ ଆଇକନ ସାଜିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତାଙ୍କର ଅନବରତ ଜନସେବା ଓ ଜଣେ ଦରଦୀ ହୃଦୟର ଯୁବକ ଭାବରେ ଧିରେଧିରେ ଜନସମର୍ଥନର ଶିର୍ଷାଗ୍ରେ ରହିଥିବା ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତର ଭୋଇରମୁଣ୍ଡା ଗଜାନନ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ତଥା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୋଗଦାନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମଟିକୁ ଉଦ୍ଘାନ କରିବା ସହିତ – “ଆମ ସଂସ୍କୃତି ଓ ଆମ ପରମ୍ପରା ଆମର ଗର୍ବ ଓ ଗୌରବ । ଆମର ସଂସ୍କୃତି ଓ ଆମର ପରମ୍ପରା ଆମକୁ ସମୃଦ୍ଧ କରିବାରେ ସହାୟକ ହୋଇଛି । ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ଓଡିଶାର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । କଳାହାଣ୍ଡି ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ଧାର୍ମିକ ସ୍ଥଳୀର ପୁନରୁଦ୍ଧାର ପାଇଁ ପର୍ଯାପ୍ତ ପାଣ୍ଠି ଅନୁଦାନ ଦେଇଛନ୍ତି” ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

Udyog Nursery
Udyogi Nursery

କର୍ଲାମୁଣ୍ଡା ରେଗଡା ଗ୍ରାମ ପଞ୍ଚାୟତର ଗଜାନନ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ତଥା ଏହି ଅନୁଷ୍ଠାନର ଯୁବକ ମାନଙ୍କ ବିଭିନ୍ନ ସେବା କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ପ୍ରସଂଶା କରିବା ସହିତ ଯୁବକ ମାନଙ୍କୁ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ପବିତ୍ର ନୂଆଖାଇ ଅବସରରେ ଯୁବକ ସଂଘର ସଦସ୍ୟ ଓ ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କୁ ନୂଆଖାଇ ଜୁହାର ଜଣାଇ ସମସ୍ତଙ୍କ ମଙ୍ଗଳ ମନାସୀ ଥିଲେ । କାର୍ଯ୍ୟକ୍ରମ ଶେଷରେ ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.