ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ତରଫରୁ ଶିକ୍ଷକ ଅଭିଭାବକ ସଭା ଏବଂ ପାଠ୍ୟ ସାମଗ୍ରୀ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚେତନା ଅନୁଷ୍ଠାନରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ତରଫରୁ ଏବଂ ଭିଗାର୍ଡ ଉଦ୍ଦ୍ୟଗ ଆନୁକୁଲ୍ୟରେ ସ୍ୱତନ୍ତ୍ର ବିଦ୍ୟାର୍ଥୀମାନଙ୍କର ଅଭିଭାବକ ସଭା ଏବଂ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଅଛି।ସଦାସର୍ବଦା ଦିବ୍ୟାଙ୍ଗଙ୍କ ଶିକ୍ଷା ଏବଂ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଆସୁଥିବା ଭୁବନେଶ୍ୱର ସ୍ଥିତ ଚେତନା ଅନୁଷ୍ଠାନରେ, ଚେତନା ଅନୁଷ୍ଠାନର କାର୍ଯ୍ୟନିଵାହୀ ସଦସ୍ୟ ତଥା ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ସଭାପତିତ୍ୱ ଏବଂ ପରିଚ଼ାଳନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଆରଫ୍ ଟ୍ରଷ୍ଟର ପ୍ରତିଷ୍ଠତା ଅକ୍ଷୟ ସାଗର, ଭି ଗାର୍ଡ ଉଦ୍ୟଗର ଓଡିଶା ଶାଖା ମୁଖ୍ୟ ତଥା ଓଆରଏଫର ବରିଷ୍ଠ ପରିଚାଳକ  ସୁମନ୍ତ ପ୍ରଧାନ, ଓଆରଏଫ୍ ର ନିର୍ଦେଶକ ସାଇରା ସନି, କାର୍ଯ୍ୟକ୍ରମ ପରିଚାଳକ ବର୍ଣ୍ଣାଳୀ ବେହେରା, ବରିଷ୍ଠ ପରିଚାଳକ  ଆଇଶା ପ୍ରକାଶ ଏବଂ ଦିପ୍ତିମୟୀ ଜେନା ଯୋଗଦେଇଥିଲେ। ଉକ୍ତ ସଭାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ଅଭିଭାଷଣ ରଖିବା ପରିପ୍ରେକ୍ଷୀରେ କହିଥିଲେ ଯେ ଭୁବନେଶ୍ୱର ପିଲା ହିସାବରେ ସେ ଚେତନା ଅନୁଷ୍ଠାନରେ ଦିବ୍ୟାଙ୍ଗ ପିଲାଙ୍କପାଇଁ ହେଉଥିବା କାର୍ଯ୍ୟକ୍ରମକୁ ସେ ବହୁତ ଆଗରୁ ଜାଣିଛନ୍ତି ଏବଂ ଏହା ସ୍ୱାଗତ ଯୋଗ୍ୟ। ଏହାପରେ ଅନ୍ୟ ଅତିଥିମାନେ ନିଜର ଅଭିଭାଷଣ ରଖିଥିଲେ‌। ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଭାବକ ମାନେ ନିଜର ବକ୍ତବ୍ୟ ରଖିବା ସହ ଉପସ୍ଥିତ ଅତିଥି ଏବଂ ଚେତନା ଅନୁଷ୍ଠାନର ସ୍ୱତନ୍ତ୍ର ଶିକ୍ଷାବିତ ମାନଙ୍କ ସହ ନିଜ ପିଲାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଅତିଥିମାନଙ୍କ କରକମଳରେ ଚେତନାର ମାନସିକ ଅନଗ୍ରସର ବିଦ୍ୟାର୍ଥୀ ମାନଙ୍କୁ ଖାତା, ବହି, କଲମ, ପେନସିଲ, ପାଣି ବୋତଲ , ସ୍କୁଲ ବ୍ୟାଗ ଆଦି ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା | ପରିଶେଷରେ ଚେତନା ସ୍ୱତନ୍ତ୍ର ଶିକ୍ଷା ବିଦ୍ୟାଳୟର ଅଧ୍ୟକ୍ଷ ସବିତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟକୁ ସମାପ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.