ତାରା ତାରିଣୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୪ ତାରିଖରେ ସାରା ଦେଶ ଜାତୀୟ ସେବା ଯୋଜନା ଦିବସ ପାଳନ କରିବାକୁ ଯାଉଛି I ଏହି ଅବସରରେ ଆଜି ଆୟୋଜିତ ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ମୁଖ୍ଯ ଅତିଥି ରୂପେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଜରୁରୀ ଅବଶ୍ୟକତା ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ସହିତ ଦେଶରେ ରକ୍ତ ଅଭାବ ଦୂର କରିବା ଏବଂ ଛାତ୍ର ଛାତ୍ରୀମାନଙ୍କୁ ସାମାଜ ସେବା କ୍ଷେତ୍ରରେ ଉତ୍ସାହିତ କରିବା ଏହି ଶିବିରର ମୂଳ ଲକ୍ଷ୍ୟ ହେଉ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସଭାପତି କହିଥିଲେ । ଏହି ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ଏମ୍. କେ. ସି. ଜି. ରକ୍ତ ଭଣ୍ଡାରର ଡାକ୍ତର ଏବଂ କର୍ମଚାରୀମାନେ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ I ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟ ଯୁବ ରେଡକ୍ରସ ସଂଯୋଜକ ଶ୍ରୀଯୁକ୍ତ ଏନ୍ ମୋହନ, ସହ ସଂଯୋଜକ କୃଷ୍ଣଚନ୍ଦ୍ର ନାୟକ, ଗୃହ ବିଜ୍ଞାନର ଅଧ୍ୟାପିକା ସନ୍ଧ୍ୟାରାଣୀ ପାତ୍ର, ଇତିହାସ ବିଭାଗର ଅଧ୍ୟାପିକା  ବନିତା ଖଟେଇ, ପାଠାଗାରର ଅଧିକାରୀ କପିଳେଶ୍ଵର ଦାଶ, ଭାରପ୍ରାପ୍ତ ମୁଖ୍ୟ କିରାଣୀ ସୁଧୀର କୁମାର ଦାଶ ସହ ବହୁ ଅଧ୍ୟାପକ ଅଧ୍ୟାପିକା ଏବଂ ସ୍ଵେଚ୍ଛାସେବୀମାନେ ସହଯୋଗ କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.