ପ୍ରେମ ପାହାଡରେ ରାୟଗଡା ବିଜେପିର ସ୍ୱଚ୍ଛ ଭାରତ ଅଭିଯାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ଶୋଭା ବଢାଉଥିବା ପ୍ରେମ ପାହାଡ ପର୍ଯ୍ୟଟନ ସ୍ଥଳୀରେ ଜିଲ୍ଳା ବିଜେପି କମିଟି ଓ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆଜି ସକାଳ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା ଏବଂ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ବୁରୁଡି ଲକ୍ଷ୍ମୀଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରେମ ପାହାଡରେ ପଡି ରହିଥିବା ଅଳିଆ ଆର୍ବଜନାଗୁଡିକୁ ସଫା ସୁତୁରା କରିଥିଲେ । ଆସନ୍ତାକାଲି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୦୫ତମ ଜନ୍ମ ଜୟନ୍ତି କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକ ଆଜି ୧ତାରିଖରେ ଏକ ଘଂଟା ଧରି ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ କରିବାକୁ ଆହ୍ୱାନ କରିଛନ୍ତି । ସେହିପରି ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ବିଜେପି ତରଫରୁ ସେବା ସପ୍ତାହ ପାଳନ କରାଯାଉଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଳା ଉପସଭାପତି ଶ୍ରୀମତି କେ.ଅଶ୍ୱନୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି କାଉନସିଲର ଶାନ୍ତି,ରଜତ ମାଦଳା, ପ୍ରତାପ ପୁଆଲା, କେ.ଶ୍ରୀନୁଙ୍କ ସମେତ ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ଅନ୍ୟ କାର୍ଯ୍ୟକର୍ତାମାନେ ଯୋଗ ଦେଇ ପ୍ରେମ ପାହାଡରେ ସଫେଇ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.