ଭାରତରେ ନିଜ ଦୂତବାସ ବନ୍ଦ କଲା ଆଫଗାନିସ୍ତାନ, ଜାଣନ୍ତୁ କାରଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତରେ ନିଜ ଦୂତବାସ ବନ୍ଦ କଲା ଆଫଗାନିସ୍ତାନ । ଦିଲ୍ଲୀ ସ୍ଥିତ ଦୂତବାସ ବନ୍ଦ ନେଇ ଘୋଷଣା କଲା ଆଫଗାନିସ୍ତାନ । ବନ୍ଦ ପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ । ତେବେ ବନ୍ଦ ହେବାରେ ମୁଖ୍ୟକାରଣ ହେଉଛି ତାଲିବାନୀ ଶାସନ । ତାଲିବାନୀ ଶାସନକୁ ଅବୈଧ ସରକରା କହି ସମାଲୋଚନା କରାଯାଇଛି । ସେହିପରି ଭାରତ ସରକରାଙ୍କ ତରଫରୁ ଯଥେଷ୍ଟ ସମର୍ଥ ମିଳି ନଥିବା ମଧ୍ୟ କହିଛି ଆଫଗାନିସ୍ତାନ । ପୂର୍ବରୁ ୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ ବନ୍ଦ କରିଥିଲା । ଏହି ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ବୋଲି କହିଛି ଆଫଗାନିସ୍ତାନ ।

ସଦ୍ୟତମ ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି ଯେ, ଖୁବ୍ ଦୁଃଖ ଓ ପରିତାପର ସହ ଆମେ ନୂଆଦିଲ୍ଲୀ ସ୍ଥିତ ଆଫଗାନସ୍ତାନ ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ ସରକାରଙ୍କ କୂଟନୈତିକ ସହଯୋଗର ଅଭାବ ଯୋଗୁଁ ଆମେ ଫଳପ୍ରଦ ଭାବେ କାର୍ୟ୍ୟ କରିବା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିଲା । ଭାରତର ସହଯୋଗର ଅଭାବ ଏବଂ କାବୁଲରେ ଏକ ବୈଧ ସରକାରର ଅନୁପସ୍ଥିତି ଏଥିପାଇଁ ଦାୟୀ । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଐତିହାସିକ ସମ୍ପର୍କ ଓ ଦାର୍ଘକାଳୀନ ସହଭାଗିତାକୁ ଦୃଷ୍ଟିରେ ରଖି ସତର୍କତାପୂର୍ବକ ବିଚାର ବିମର୍ଷ ପରେ ଦୂତାବାସ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ବନ୍ଦ କରିଥିଲା । ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନର ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ବରିଷ୍ଠ କୂଟନୈତିଜ୍ଞମାନେ ଭାରତ ଛାଡ଼ି ୟୁରୋପ ଏବଂ ଆମେରିକା ଚାଲିଯିବା ପରେ ଦୂତାବାସ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଦୂତାବାସ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରଣାଳୟଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା । ତେବେ ଦିଲ୍ଲୀରେ ଆଫଗାନ ଦୂତାବାସ ପରିଚାଳନା ପାଇଁ ଉଭୟ ମାନବ ଓ ଆର୍ଥିକ ସମ୍ବଳର ଅଭାବ ରହିଥିଲା । ଏହାରି ମଧ୍ୟରେ ଅତିକମରେ ୫ ଜଣ କୂଟନୈତିଜ୍ଞ ଭାରତ ଛାଡ଼ି ଚାଲି ଯାଇଛନ୍ତି । କୂଟନୈତିଜ୍ଞମାନେ ଚାଲିଯିବା ସମ୍ପର୍କରେ ଶୁକ୍ରବାର ଦିନ ଆଫଗାନ ଦୂତାବାସର ୩ ଜଣ ଅଧିକାରୀ ରୟଟର୍ସକୁ ଜଣାଇଥିଲେ । ଏସବୁ କାରଣ ଯୋଗୁଁ ଆଜିଠୁ ଭାରତରେ ଆଫଗାନ ଦୂତାବାସ ନିଜର ଅପେରସନ୍ ବନ୍ଦ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.