କୋତାପେଟାରେ ସ୍ୱଚ୍ଛତା ହିଁ ସେବା, ଆର୍ବଜନା ମୁକ୍ତ ଭାରତ ଶ୍ରମଦାନ କାର୍ଯ୍ୟକମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ଜିଲ୍ଳା ସଦର ବ୍ଳକ କୋତାପେଟା ଗ୍ରାମ ଠାରେ ଗ୍ରାମ ଉନ୍ନୟନ କମିଟିର ଯୁବ ସଭ୍ୟମାନଙ୍କ ମିଳିତରେ ସ୍ୱଚ୍ଛତା ହିଁ ସେବା,ଆବର୍ଜନା ମୁକ୍ତ ଭାରତ ପାଇଁ ଏକଘଂଟା ଶ୍ରମଦାନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । କୋତାପେଟା ମୁଖ୍ୟ ରାସ୍ତା ଏବଂ ସରକାରୀ ବିଦ୍ୟାଳୟ ପାଖରେ ସମସ୍ତେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇ ଶ୍ରମଦାନ କରିଥିଲେ । ୩୨୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା କୋତାପେଟା ଗ୍ରାମରେ ସ୍ୱଚ୍ଛତାକୁ ଗ୍ରାମବାସୀମାନେ ବିଶେଷ ଗୁରୁତ୍ୱ ଦେଇ ଆସୁଥିବା ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ କମିଟିର ଉପସଭାପତି କୋଣ୍ଡାବାଥୁଲା ଶ୍ରୀନିବାସ, ଡି.ରାମାରାଓ, ପି.ମୂରଲି, ସାଧାରଣ ସଂପାଦକ ଡି.ଲକ୍ଷ୍ମଣ ରାଓ, କୋଷାଧ୍ୟକ୍ଷ ଏମ.ପ୍ରସାଦ, ଏନ.ଗୈାରୀ ଶଙ୍କର ରାଓ, ସଂପାଦକ ପି.ମଣି ରତ୍ନମ, କୋଟି ମିଣିଆକା, ଯୁବରାଜ ମିଣିଆକାଙ୍କ ସମେତ ଗ୍ରାମର ଅନ୍ୟମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.