କଳାହାଣ୍ଡି କୁଲତା ସମାଜର ନୂଆଖାଇ ଭେଟଘାଟ୍-୨୦୨୩ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତିଖୋଜ ଗାଁରେ କଳାହାଣ୍ଡି କୁଲତା ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହାତିଖୋଜ ଗ୍ରାମର ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା ପୂର୍ବକ ଏକ ମଶାଲ ଶୋଭାଯାତ୍ରା ସଭା ସ୍ଥଳକୁ ଯାଇ ସଭାସ୍ଥଳରେ କୁଲତା ସମାଜ କୁଳଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।କଳାହାଣ୍ଡି ଜିଲ୍ଲା କୁଲତା ସମାଜ ସଭାପତି କେଶବ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ଜିଲ୍ଲା କୁଲତା ସମାଜର ସମ୍ପାଦକ କ୍ଷେତ୍ରବାସୀ ପ୍ରଧାନ ଉପସ୍ଥିତ ରହି କୁଳତା ସମାଜର ସଂସ୍କୃତି, ପରମ୍ପରା ଓ ଏହାର ଇତିହାସ ବର୍ଣ୍ଣନା କରିଥିଲେ। ସମ୍ପାଦକ ବିଜୟ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ତଥା ଆଞ୍ଚଳିକ କମିଟିର କର୍ମକର୍ତ୍ତା ଏବଂ ସାତ ଶହରୁ ଉର୍ଦ୍ଧ୍ବ ବିଶାଶହେ କୁଲତା ଯୋଗ ଦେଇ ନୂଆଁଖାଇ ଭେଟ୍-ଘାଟ୍ କୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଝୋଟି, ମୁରୁଜ, ହୁଳହୁଳି, ସଙ୍ଗୀତ ଇତ୍ୟାଦି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ କମିଟି ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ କଳାହାଣ୍ଡି କୁଲତା ସମାଜ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ହାତୀଖୋଜ ଗ୍ରାମର କୁଳତା ପରିବାର ଗୁଡିକ ତରଫରୁ ପ୍ରସ୍ତୁତ ପାରମ୍ପାରିକ ପିଠା ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗିତା ଗୁଡିକରେ କୃତୀ ପ୍ରତିଯୋଗି ଏବଂ ଶିବିରରେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ କଳାହାଣ୍ଡି କୁଲତା ସମାଜ ତରଫରୁ ସମ୍ମାନୀତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସଫଳତାର ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଶେଷରେ ଆୟୋଜକ କମିଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.