ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ପଞ୍ଚାୟତ ସମିତି ସଭା ଗୃହ ଠାରେ ବ୍ଲକ କଳା ସଂସ୍କୃତି ସଂଘର ବ୍ଲକ ସ୍ତରୀୟ ସାଧନା ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇ ଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ଓ ମ.ରାମପୁର ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ତଥା ତାଲିମ ଦାତା ଶ୍ରୀପତି ପଟ୍ଟନାୟକ, ମିଶନ ଶକ୍ତି ବିପିଏମ୍ ଦିପ୍ତୀ କିଶୋର ନାୟକ ଉପସ୍ଥିତ ରହି ସରକାରଙ୍କ ଦ୍ଵାରା କଳାକାର ମାନଙ୍କୁ ଦିଆ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କଳାକାର ଲିଙ୍ଗରାଜ ନାଗ ମଞ୍ଚ ପରିଚାଳନା ସହ ତାଲିମ ପ୍ରଦାନ କରିଥିଲେ । ଏଥିରେ ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କଳାକାରମାନେ ଯୋଗ ଦେଇଥିଲେ ।