ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶା ପୁଲିସ୍ ର ଆହ୍ବାନ କ୍ରମେ ଆଜି ମ.ରାମପୁର ବସଷ୍ଟାଣ୍ଡ ଠାରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମ.ରାମପୁର ଥାନାଧିକାରୀ ସୁଦର୍ଶନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ମ.ରାମପୁର ତହସିଲଦାର ଜ୍ୟୋସ୍ନା ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ପ୍ରତି ଦେଖା ଯାଇଥିବା ସାଇବର ଠକେଇରୁ ଜନସାଧାରଣ କିଭଳି ମୁକ୍ତି ପାଇବେ ଏବଂ ସଚେତନ ରହିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମ.ରାମପୁର ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।