ସଟ ସର୍କିଟ ଯୋଗୁଁ ଲାଗିଲା ନିଆଁ: ପାଟ୍ଟଖଣ୍ଡା ଏଜେନ୍ସିର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗରେ ଥିବା ପାଟ୍ଟଖଣ୍ଡା ସାହିର ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ମଙ୍ଗଳବାର ସକାଳୁ ସକାଳୁ ଗୋଦାମ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ସାହି ପଡିଶା ଲୋକେ ଖବର ଦେବା ପରେ ଗୋଦାମ ମାଲିକ ଅନନ୍ତ କୁମାର ଦାସ ଆସି ଦେଖିବା ବେଳକୁ ନିଆଁ ଅଣାୟତ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଫୋନ କରିବା ପରେ ଦମକଳ ବାହିନୀ ପହଞ୍ଚି ଦୀର୍ଘ ତିନି ଘଣ୍ଟାର କସରତ ପରେ ନିଆଁକୁ ଆୟତ କରା ଯାଇଥିବା ବିଷୟ ଫାୟର ଅଫିସର ସୂର୍ଯ୍ୟ ନାରାୟଣ ଭୋଇ ପ୍ରକାଶ କରିଥିଲେ l ଉକ୍ତ ଗୋଦାମରେ ବିସ୍କେଟ୍, ଚକୋଲେଟ ଓ ବିଭିନ୍ନ ଗ୍ରୋଷୋରି ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.