ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଗଠନକୁ ସାକାର ରୂପ ଦେବାପାଇଁ ଯୁବପିଢୀ ଆଗେଇ ଆସିବା ଉଚିତ -ଅବିନାଶ ଠାକୁର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଗଜବାହାଲ ଅନନ୍ତ ବୈଦେହି ସୋସିଆଲ କ୍ଳବ ତରଫରୁ ଆୟୋଜିତ ଷଷ୍ଠତମ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ ଓ ଦର୍ଶନ ଉପରେ ଆଲୋକପାତ କରିବା ସହ ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଗଠନ ଦିଗରେ ଯୁବ ସମାଜ ଆଗେଇ ଆସିବା ଉଚିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବରେ କର୍ଲାମୁଣ୍ଡା ବ୍ଳକ ଅଧ୍ୟକ୍ଷା କୁନି ସାହୁ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ପ୍ରଥରେ ମଞ୍ଚରେ ଦେବ ପୂଜନ ପରେ ସଭାପତି ସ୍ୱଗାତ ଭାଷଣ ପ୍ରଦାନ କରିଥିଲେ । ଇତ୍ୟବସରରେ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୁବ ସମାଜ, ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀମାନେ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.