ବାପୁଜୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ବାପୁଜୀ କ୍ଲଷ୍ଟର, ଭବାନୀପାଟଣା ତରଫରୁ ସ୍ଥାନୀୟ ସରକାରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନଙ୍କ ତତ୍ବାବଧାନରେରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଵ୍ରଜମୋହନ ଉଚ୍ଚ ଵିଦ୍ୟାଳୟ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ସଭାପତି, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡିର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ ମୁଖ୍ୟ ଵକ୍ତା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ, ଟାଉନ୍ ଉଚ୍ଚ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବର୍ଣ୍ଣେଶ୍ବରୀ ବେଦବାକ୍ ସମ୍ନାନିତ ଅତିଥି ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ମଞ୍ଚାସୀନ ଥିଲେ। ପ୍ରାରମ୍ଭିକ ସଙ୍ଗୀତ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପରିଵେଷଣ କରିଥିଲେ। ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡିର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର ମୁଖ୍ୟ ଅତିଥି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସିଆରସିସି ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଚଣ୍ଡ ଓ ସିଆରସିସି ପ୍ରଧାନ ମଞ୍ଚ।ପରିଚାଳନା କରିଥିଲେ। ୧୬ଟି ଵିଭିନ୍ନ ସ୍ତରୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ୩୦ଟି ଵିଭାଗର ପ୍ରତିଯୋଗିତା ହୋଇଥିଲା। ସେହିପରି ଉଦଯାପନୀ ଉତ୍ସବରେ ଵ୍ରଜମୋହନ ସରକାରୀ ଉଚ୍ଚ ଵିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ସଭାପତି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭବାନୀପାଟଣା ସୁନନ୍ଦା ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ବର ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା, ଜ୍ୟୋତିର୍ମୟ ହରପାଲ, ସଙ୍ଗୀତା ରାଉତ, ଲିପ୍ସା ଵାରିକ ସହିତ ସିଆରସିସି ମଞ୍ଚାସୀନ ଥିଲେ। ପୁରୁଣାପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ରାଉତ, ଆରଇଓ କଲୋନୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁର୍ଣିମା ଭଟ୍ଟ,ବବାପୁଜୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଷ୍ମନ୍ତ ସାହୁ ଉପସ୍ଥିତ ଥିଲେ। ସିଆରସିସି ମଞ୍ଚ ପରିଚାଳନା ଓ ନମିତା ପାଣିଗ୍ରାହୀ ଧନ୍ଯବାଦ ଅର୍ପଣ କରିଥିଵା ଵେଳେ ଛନ୍ଦିତା ଦାଶ, ଅନୁପମା ମୁଦୁଲି, ସୁପ୍ରଭା ପଟ୍ଟନାୟକ କୃତି ଛାତ୍ରଛାତ୍ରୀମାନଙ୍କ ନାମ ଘୋଷଣା କରିଥିଲେ। ଜାତୀୟ ମେଧା ଵୃତ୍ତି ଓ ଓଏଭିରେ ସ୍ଥାନ ଅଧିକାର କରିଥିବା କ୍ଳଷ୍ଟରର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପୁରୁଣାପଡା ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ରାଉତ, ଆରଇଓ କଲୋନୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁର୍ଣ୍ଣିମା ଭଟ୍ଟ, ବାପୁଜୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଷ୍ମନ୍ତ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଦେଇ, ସାହନା ରେହେମାନ, ସମସ୍ତ ସହ ଶିକ୍ଷୟତ୍ରୀ, ସିଆରସିସି ପ୍ରଫୁଲ୍ଲ ଠାକୁର ଓ ସିଆରସିସି ବିଶ୍ବଜିତ୍ ରଏ ଉପସ୍ଥିତ ଥିଲେ। ତତ୍ ସହିତ ଡିଲେଶ୍ବର ରଣା, ବିଜୟ ଦଳେଇ, ଆଲୋକ ସାହୁ, ଚନ୍ଦନ ସାହୁ, ପ୍ରମୋଦ ସାହୁ, ଦାମୋଦର ଵେହେରା, ଶେଷଦେବ ମିଶ୍ର, ସସ୍ମିତା ରଥ, ସସ୍ମିତା ମହାନ୍ତି, ହୀରାମଣି ବେମାଲ, ମଙ୍ଗୁଳୁ ପ୍ରଧାନ, ମୁରଲୀ ଦୀପ, ରଶ୍ମି ରଞ୍ଜିତା ସିଂ, ଗୀତାଞ୍ଜଳି ମଣ୍ଡଳ, ସ୍ୱାଧୀନା ଧଳ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ପାଚିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.