ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା କଳାହାଣ୍ଡିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ବାର୍ଷିକ ଦଶରା ପାଇଁ ବୁଧବାର ପ୍ରଥମ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନର ସଭାପତି କୁମୁଦ ଚନ୍ଦ୍ର ପୁଝାରୀଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୂର୍ବ ବର୍ଷର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଚଳିତ ବର୍ଷ ବୁଢ଼ାରଜା ଦେବଙ୍କ ବାର୍ଷିକ ‘ଦଶରା’ ପୂଜା କିପରି ପାଳନ ହେବ, କେଉଁ ସବୁ କାର୍ଯ୍ୟକ୍ରମ ଗୁଡ଼ିକ ହାତକୁ ନିଆଯିବ ସେନେଇ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ବୈଠକରେ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ନକୁଲ ବାଣୁଆ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଭାସ୍କର ରାଓ, ଦୟାନିଧି ନାଏକ, ଜିତେନ୍ଦ୍ର ପଣ୍ଡା, ତ୍ରିନାଥ ପ୍ରଶନ୍ନ ରାୟ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, କେଶବ ବେଣୁପାଣି, ପୁଝାରୀ ଦୋଲ ଗୋବିନ୍ଦ ପୁଝାରୀ, ନିତ୍ୟାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ।