୧୭ ବର୍ଷରୁ କମ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା: ଟିଟିଲାଗଡ଼କୁ ହରାଇ ସଇଁତଲା ବାଳିକା ଦଳ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଚୁଡାପାଲି ଠାରେ ୧୭ ବର୍ଷରୁ କମ ବୟସର ଖେଳାଳିମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।  ସଇଁତଲା ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ରଙ୍କ ତତ୍ତ୍ୱବଧାନରେ ବାଳକ ଓ ବାଳିକା ବିଭାଗରୁ ୩୦ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଟିଟିଲାଗଡ଼କୁ ହରାଇ ସଇଁତଲା ବାଳିକା ବିଭାଗ ଚମ୍ପିୟାନ ବିବେଚିତ ହୋଇଥିଲା । ଅନ୍ୟପଟେ ବଲାଙ୍ଗୀର ଦଳ ଠାରୁ ସଇଁତଲା ବାଳକ ବିଭାଗ ପରାଜିତ ହୋଇ ଉପ ବିଜେତା ହୋଇଥିଲା । ଯାହାକୁ ନେଇ ସଇଁତଲା ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି । ଏହି ପରିପେକ୍ଷୀରେ ବ୍ଲକ ଶିକ୍ଷା ବିଭାଗ ତରଫରୁ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ବିଜେତା କନ୍ୟା ଆଶ୍ରମ ବିଦ୍ୟାଳୟର ବାଳିକା ଦଳକୁ ଜିଲ୍ଲାସ୍ତରୀୟ ଫୁଟବଳରେ ବିଜୟୀ ହୋଇ ଆସିଥିବାରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ବାଳିକା ବିଭାଗ କୋଚ ଶେଷଦେବ ଯାନୀ, ପ୍ରଦୀପ ମହାଡିକ, ସେକ୍ସନ ଅଫିସର ଅର୍ଜୁନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.