ଏଥର ଭୁତିଆରବାହାଲ ବଡପଡାରେ ନବରାତ୍ରୀ ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଚଳିତ ବର୍ଷ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଉତ୍କଳମଣି ଯୁବକ ସଂଘ ଭୁତିଆରବାହାଲ ବଡପଡା ଠାରେ ୩୦ ତମ ଦୁର୍ଗାପୂଜା ଅନୁଷ୍ଠିତ ହେବ। ୩୦ ତମ ବର୍ଷ କୁ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ନବରାତ୍ର ପୂଜା କରିବା ପାଇଁ ସ୍ଥିର କରାଯାଇଛି। ୧୫ ତାରିଖ ଦିନ ସକାଳ ୮ଘ ସମୟରେ ୧୦୮ କଳସ ଯାତ୍ରା ଆରମ୍ଭ ହେବ। ପ୍ରଥମ ଦିନ ଶୈଳପୁତ୍ରୀ, ଦ୍ବିତୀୟ ଦିନ ବ୍ରହ୍ମଚାରୀଣୀ, ତତିୟ ଦିନ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ କୁଷ୍ମାଣ୍ଡା, ପନ୍ଚମ ଦିନ ସ୍କନ୍ଧମାତା, ଷଷ୍ଠ ଦିନ କାତ୍ୟାୟନୀ, ସପ୍ତମ ଦିନ କାଳରାତ୍ରି, ଅଷ୍ଟମ ଦିନ ମହାଗୌରୀ, ନବମ ଦିନ ସିଦ୍ଧଦାତ୍ରୀ ଙ୍କ ପୂଜା ଅନୁଷ୍ଠିତ ହେବ। ପ୍ରେତ୍ୟକ ଦିନ ସନ୍ଧ୍ଯା ୭ଘ ସମୟରେ ମହା ଆରତୀ ଭବ୍ୟ ଭାବରେ ଅନୁଷ୍ଠିତ ହେବ। ସେହିପରି ପ୍ରେତ୍ୟକ ଦିନ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହେବ।
୧୬.୧୦.୨୩ ସୋମବାର ରାଧାକୃଷ୍ଣ କିର୍ତ୍ତନ୍ୟ ମଣ୍ଡଳୀ ଭୁତିଆରବାହାଲ ଏବଂ ଅପାମରା କୀର୍ତ୍ତନ୍ୟ ମଣ୍ଡଳୀ ମଧ୍ଯରେ ବୈଠକି, ୧୮.୧୦.୨୩ ବୁଧବାର ମାଁ ବୀଣାପାଣି ମହିଳା ଦଣ୍ଡନରୁତ୍ୟ, ବଲାଙ୍ଗିର (ରିଙ୍କି ବାଗ ଓ ସାଥି) ୨୨.୧୦.୨୩ ରବିବାର ଭଜନ ସନ୍ଧ୍ଯା, ବଲାଙ୍ଗିର ୨୪.୧୦.୨୩ ମଙ୍ଗଳବାର ନଅଁଗା,ବରଗଡ଼ ଏବଂ ସୁକପାଳି, ଭେଡେନ ,ବରଗଡ଼ ମଧ୍ଯରେ ବୈଠକି ଅନୁଷ୍ଠିତ ହେବ। ୨୫.୧୦.୨୨ ବୁଧବାର ଭସାଣି ଅନୁଷ୍ଠିତ ହେବ। ଏଥର କମିଟି ର ସଭାପତି ହରିଶଙ୍କର ପୋଢ, ଉପସଭାପତି ଆଶୀର୍ବାଦ ସାହୁ, ସଂପାଦକ ବେଣୁଧର ନାଏକ ,ସହ ସଂପାଦକ ବାନ୍ଛାନିଧୀ ପୁଟେଲ, କର୍ତ୍ତା ରୂପେ ଭବାନୀଶଙ୍କର ଭୋଇ ଏବଂ ପ୍ରତିମା ଭୋଇ ଦାୟିତ୍ଵ ତୁଲାଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.