ରାୟପୁରରେ ବିଜେପି ଟିକଟରୁ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର

ଓଡ଼ିଆ ବାର୍ତ୍ତା/ ରାୟପୁର: ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ। ବିଜେପି କଲା ଟିକେଟ କନଫର୍ମ। ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାୟପୁର ନଗର ଉତ୍ତର ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ଟିକେଟ ମିଳିଛି।ଛତିଶଗଡ଼ ବିଧାନସଭା ନିର୍ବାଚନରେ କୌଣସି ଜାତୀୟ ଦଳ ତରଫରୁ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ପାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ। ଗାୟତ୍ରୀ ନଗରଠାରେ ଶ୍ରୀ ମିଶ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଛତିଶଗଡ଼ର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିର, ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ପୁରନ୍ଦର ମିଶ୍ର, ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏହି ବୃହତ ସମାଜ ଅଧୀନରେ ପ୍ରଦେଶରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ଅଧିବାସୀଙ୍କୁ ପ୍ରତିନିଧିତ୍ୱ କରୁଥିବା ୨୪ଟି ସମାଜ ଅନ୍ତର୍ଭୁକ୍ତ ହୋଇଛନ୍ତି। ଶ୍ରୀ ମିଶ୍ର ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଠପୋଷକ ମଧ୍ୟ ଅଛନ୍ତି। ଶ୍ରୀ ମିଶ୍ରଙ୍କୁ ବିଜେପି ପାର୍ଥୀ ଘୋଷଣା କରାଯିବା ପରେ ଛତିଶଗଡ଼ର ଓଡ଼ିଆ ମହଲରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶା ଏବଂ ସାରା ଦେଶରେ ଶ୍ରୀ ମିଶ୍ରଙ୍କର ସମର୍ଥକ ଓ ଶୁଭଚିନ୍ତକ ତଥା ଦେଶ ବିଦେଶର ପ୍ରବାସୀ ଓଡ଼ିଆ ନେତୃବର୍ଗମାନେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.