ଏନସିପିର ହକଦାର କିଏ, ନଭେମ୍ବର ୯ରେ ପରବର୍ତ୍ତୀ ଶୁଣାଣି କରିବେ ନିର୍ବାଚନ କମିସନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ନିର୍ବାଚନ ତାରିଖ ନେଇ ଘୋଷଣା ହୋଇଥିବା ବେଳେ ଏନସିପିର କିଏ ପ୍ରକୃତ ହକଦାର ସେ ନେଇ ବିବାଦ ଜାରି ରହିଛି। ଦଳୀୟ ନାମ ଓ ନିର୍ବାଚନ ଚିହ୍ନକୁ ନେଇ ଅଜିତ ପାଓ୍ବାରଙ୍କ ଦଳ ଏନସିପିର ଦାବି ଉପରେ ନିର୍ବାଚନ କମିସନ ସୋମବାର ଶୁଣାଣି କରିଛନ୍ତି। ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏହି ଗୋଷ୍ଠୀ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦାଖଲ କରିଥିବା ଦସ୍ତାବିଜରେ ଅସଙ୍ଗତି ରହିଛି। ଏହାପରେ ନିର୍ବାଚନ କମିସନ ନଭେମ୍ବର ୯ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିବା ସହ ଅକ୍ଟୋବର ୩୦ ସୁଦ୍ଧା ଅଜିତ ପାଓ୍ୱାର ଗୋଷ୍ଠୀ କରିଥିବା ଦାବିର ଜବାବ ଦାଖଲ କରିବାକୁ ଶରଦ ପାଓ୍ୱାର ଶିବିରକୁ କହିଛନ୍ତି। ଶରଦ ପାଓ୍ୱାର ଗୋଷ୍ଠୀ ଦାବି କରିଛନ୍ତି ଯେ ଅଜିତ ପାଓ୍ୱାର ଗୋଷ୍ଠୀ ଏନସିପିର ନାମ ଓ ନିର୍ବାଚନ ଚିହ୍ନ ଉପରେ ଦାବିକୁ ସମର୍ଥନ କରିବା ପାଇଁ ଦାଖଲ କରିଥିବା ୯ ହଜାରରୁ ଅଧିକ ଦସ୍ତାବିଜରେ ନିର୍ବାଚନ କମିସନ ଅସଙ୍ଗତି ଦେଖିଛନ୍ତି। ଅଜିତ ପାଓ୍ୱାର ଗୋଷ୍ଠୀ ଗତ ଜୁନ୍ ମାସରେ ଏନସିପି ନେତା ଶରଦ ପାଓ୍ୱାରଙ୍କ ବିରୋଧରେ ବିଦ୍ରୋହ କରି ଦଳର ନାମ ଓ ଚିହ୍ନ ଉପରେ ଦାବି କରି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଦ୍ରୋହର ଦୁଇ ଦିନ ପୂର୍ବରୁ ଅଜିତ ପାଓ୍ୱାର ଜୁନ୍ ୩୦ ରେ ନିର୍ବାଚନ କମିସନଙ୍କ ନିକଟକୁ ଯାଇ ଦଳର ନାମ ଏବଂ ପ୍ରତୀକ ଚିହ୍ନ ଉପରେ ଦାବି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୪୦ ଜଣ ବିଧାୟକଙ୍କ ସମର୍ଥନରେ ନିଜକୁ ଦଳର ସଭାପତି ବୋଲି ଘୋଷଣା କରିଥିଲେ। ନିକଟରେ, ଦଳରେ କୌଣସି ବିବାଦ ନାହିଁ ବୋଲି ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ନିର୍ବାଚନ କମିସନଙ୍କୁ କହିଛନ୍ତି, କେବଳ ଏତିକି କଥାକୁ ଛାଡ଼ିଦେଲେ କିଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ଅଭିଳାଷ ପାଇଁ ସଂଗଠନରୁ ବିଦା ହୋଇଛନ୍ତି, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ନେତୃତ୍ୱରେ ଗଠିତ ବିଦ୍ରୋହୀ ଦଳକୁ ସେ ଏହି ଅବସରରେ ଟାର୍ଗେଟ୍ କରିଥିଲେ। ଏନସିପିର ଦୁଇ ଗୋଷ୍ଠୀଙ୍କ ଦାବି ଉପରେ ନଭେମ୍ବର ୯ରେ ନିର୍ବାଚନ କମିସନ ଏବେ ନିଷ୍ପତ୍ତି ନେବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.