କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୩

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରେଗେଡ଼ା ପଞ୍ଚାୟତ ସ୍ଥିତ ଜଗଦୀଶ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେଗେଡା ପ୍ରାଙ୍ଗଣରେ ବୁଧବାର ଦିନ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ପରିଚୟ ପ୍ରଦାନ ସହ ସମ୍ବର୍ଦ୍ଧନା ଉତ୍ସବ, ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଦାତା ଗଣପତିଙ୍କ ପ୍ରତିଛବି ସମ୍ମୁଖରେ ପୂଜାର୍ଚ୍ଚନା, ସ୍ଵାଗତ ସଂଗୀତ ଓ ଭଜନ ପରିବେଷଣ ସହ ଅତିଥି ମାନଙ୍କ ଦ୍ଵାରା ସୁରଭି କାର୍ଯ୍ୟକ୍ରମର ମହତ୍ଵ, ଏହାର ଲକ୍ଷ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ଅବଗତ କରାଇଥିଲେ ।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ସହ ଉପକୃତ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ରେଗେଡ଼ା ଜଗଦୀଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଖିରସାଗର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବାବେଳେ, ରେଗେଡ଼ା ପଞ୍ଚାୟତ ସରପଞ୍ଚ ଦିପ୍ତିରାଣୀ ସାହୁ, ସିଆରସିସି ସଂଜୟ ଦାସ ସମ୍ମାନିତ ଅତିଥି, ରେଗେଡ଼ା ମେଡିକାଲ ଡା. ଜି.ପି ମନ୍ତ୍ରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ପରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା କରାଯିବା ସହ ଉପକୃତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଡା. ଜି.ପି ମନ୍ତ୍ରୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଗେଡା ଅଧକ୍ଷ ପ୍ରଞ୍ଜାଦିପ୍ତ ରଥ, ସି ଆରସିସି ସଂଜୟ ଦାସ, ରେଗେଡ଼ା ଜଗଦୀଶ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଖିର ସାଗର ସାହୁ ଉଦଘାଟନ କରିଥିଲେ। ମଞ୍ଚ ପରିଚାଳନା କୁଶଚନ୍ଦ୍ର ସାହୁ, ଯୁଗଳ ନାଗ, ଉଜ୍ବଳ ସାହୁ କରିଥିବା ବେଳେ କ୍ଲଷ୍ଟରର ଅଧୀନରେ ଥିବା ସମସ୍ତ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.