ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ବିବାହ କଲେ ସୈନ୍ୟ ପ୍ରେମୀଯୁଗଳ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଗତ ଶନିବାର ଆକସ୍ମିକ ଆକ୍ରମଣ କରିଥିଲା । ପରେ ଇସ୍ରାଏଲ ତାର ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଅର୍ଥାତ ଯେଉଁ ସୈନ୍ୟମାନେ ଛୁଟିରେ ଘରକୁ ଯାଇଥିଲେ ସେମାନଙ୍କୁ ଯଥାଶୀଘ୍ର ଡିୟୁଟିରେ ଯୋଗ ଦେବାକୁ କଲ ଯାଇଥିଲା । ଏହି କଲ ପାଇବା ମାତ୍ରେ ହଜାର ହଜାର ସୈନିକ ଘର ପରିବାର ଛାଡ଼ି ଡିୟୁଟିରେ ଆସି ଯୋଗ ଦେଇଥିଲେ । ସେମାନଙ୍କ ଭିତରେ ଥିଲେ ସୈନ୍ୟ ପ୍ରେମୀଯୁଗଳ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ । ଏହି ଦୁଇ ସୈନିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ ସୈନ୍ୟ ଭାବେ କାମ କରନ୍ତି । ଏଥିସହିତ ଉଭୟେ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ସେମାନେ ଛୁଟିରେ ଘରକୁ ଯାଇଥିଲେ । ଖବର ପାଉ ପାଉ ଡ଼୍ୟୁଟିକୁ ଯିବା ପାଇଁ ପ୍ରସ୍ତୁତ ଚଳାଇଲେ । ଡ଼୍ୟୁଟିରେ ଯୋଗ ଦେବା ପୂର୍ବରୁ ସେମାନେ ନିବାହ କରିବେ ବୋଲି ନିଷ୍ପତ୍ତି ନେଲେ । ଏନେଇ ଦୁହେଁ ପରିବାର ଲୋକଙ୍କୁ ଜଣାଇଥିଲେ । ସେମାନଙ୍କ କଥାକୁ ଉଭୟଙ୍କ ଘର ଲୋକ ସମର୍ଥନ କରିଥିଲେ । ଦୁହିଁଙ୍କ ପରିବାରର ଅଳ୍ପକିଛି ସଦସ୍ୟଙ୍କ ଗହଣରେ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ଏହି ବିବାହକୁ ନେଇ ମିଣ୍ଟଜର କହିଛନ୍ତି, ‘ଶନିବାର ହୋଇଥିବା ଆକସ୍ମିକ ଆକ୍ରମଣ ପରେ ଛୁଟିରେ ଥିବା ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ କୁହାଯାଇଥିଲା । ତେଣୁ ଆମେ ଆମ କର୍ତ୍ତବ୍ୟ ପାଳନ କରିବା ପାଇଁ ଡିୟୁଟିରେ ଯୋଗ ଦେଇଥିଲୁ । କିନ୍ତୁ ଏହା ପୂର୍ବରୁ ମୁଁ ଓ ଏଲିନୋର ୟୋସେଫିନ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । କାରଣ ସେ ଯୁଦ୍ଧରୁ ଆମେ ଜୀବିତ ଫେରିବୁ କି ନାହିଁ କିଏ ଜାଣିଛି । ତେଣୁ ଯୁଦ୍ଧ କ୍ଷେତ୍ରକୁ ପୋଷ୍ଟିଂ ହେବାପୂର୍ବରୁ ଆମେ ବିବାହ କରିଥିଲୁ । ଆଉ କଥା ଦେଇଥିଲୁ ଏବେ ତ ଆମ ଜନ୍ମଜନ୍ମର ସାଥୀ ହେଲୁ । ଏବେ ଆମକୁ ଯୁଦ୍ଧକୁ ଯିବାକୁ ପଡ଼ିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.