ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଗୁଲ ଟିଭିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଏବଂ ନୂଆଁଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜିଲ୍ଲାପାଳ ନିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ଯୁବ ନେତା ଆକାଶ ମିଶ୍ର, ଯୁବ ନେତା ତଥା ଯୁବ ସଂଗଠକ ନାରାୟଣ ଲୁହା, ଅଭିମନ୍ୟୁ କୁଶଳ, ପୌର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ଉପାଧ୍ୟକ୍ଷା ମଲ୍ଲୀକା ଦାନୀ, ସମାଜସେବୀ ବଣ୍ଟୁ ଆଗ୍ରୱାଲ, ବିଗୁଲ ଟିଭି ଅଧ୍ୟକ୍ଷ ସନ୍ତୋଷ ମିଶ୍ର ଯୋଗ ଦେଇ ନୁଆଁଖାଇ ଏକ ଭାଇ ଚାରାର ପର୍ବବୋଲି ମତ ରଖି ବିଗୁଲ ଟିଭି ପଶ୍ଚିମ ଓଡିଶାର କୋଣ ଅନୁକୋଣର ସବୁ ଘଟଣା, ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ଉପସ୍ଥାପନା କରି କୋଟି ଦର୍ଶକଙ୍କ ଆସ୍ଥା ଭାଜନ ହୋଇ ପାରିଛି ବୋଲି କହିଥିଲେ। ଏହି ଅବସରରେ କୁଷ୍ଠ ରୋଗୀଙ୍କ ସେବା କରୁଥିବା ସମାଜସେବୀ ବୃନ୍ଦାବନ ରଥ, ସମାଜସେବୀ ମୁକେଶ ବଗର୍ତି, ପ୍ରଭାତ ଦାନୀ, କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ବ୍ୟାସଦେବ ପୁରୋହିତ, ମହିଳା ବୟନଶିଳ୍ପୀ ମମତା ମେହେର, ସରପଞ୍ଚ ଲଷ୍ମୀ ପଧାନ, ମାରୱାଡି ଯୁବା ମଞ୍ଚ ଡୁଙ୍ଗୁରିପାଲି, ଶ୍ରେଷ୍ଠ ଉଦ୍ୟୋଗୀ ଭାବେ ଶୁକ୍ଲାମ୍ବର ପାଣିଗ୍ରାହୀ, ହାସ୍ୟ କବି ଟିଂକୁ ଟିଂଗାଲୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଉତ୍ସବର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରେମ ସୋ, ସୁପର ମମି, ଗ୍ରୁପ ଡ୍ୟାନ୍ସ, ଟ୍ରେଂଡି ଏକାଡେମୀ ଦ୍ୱାରା ସ୍ୱଚ୍ଛତା ସଚେତନତା ନାଟକ ଗଅଂତିଏନ ଫଇସଲା ଓ ମେଲୋଡି ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଚୌଧୀରି ବିଭାର ସଭା ସଂଯୋଜନା ଓ ଅବିନାଶ ହୋତା, ଦେବାଶିଷ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମାନଭଞ୍ଜନ ବେଦବାକ, ବଣ୍ଟୁ ଆଗ୍ରୱାଲ, ପ୍ଲାବନ ମହାପାତ୍ର, ଆନନ୍ଦ ପାତ୍ର, ପ୍ରକାଶ ବେଵର୍ତା, ସତ୍ୟବ୍ରତ ପଧାନ, ରାଜେଶ କୁମାର, ବାବୁଲା ମିଶ୍ର, ନାରାୟଣ ରଥ, ପୃଥ୍ଵୀ ରାଜ ବାଗ, ସଂଗ୍ରାମ ସାଗର, ଅମୀୟ ରଞ୍ଜନ ଦାଶ, ଗୋପାଳ ମେହେର, ଶାନ୍ତନୁ ବାଗ, ଶେଷ ଦେବ ମେହେର, ଲଡ଼ୁ କିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ ପ୍ରମୁଖ ବିଗୁଲ ପରିବାରର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।