ରାୟଗଡା ବିଜେଡିର ମିଶ୍ରଣ ପର୍ବ: ବିଜେପି ଓ କଂଗ୍ରେସ ଶିବିରକୁ ଛାଡି ଶଙ୍ଖ ଧରିଲେ ଶତାଧିକ କର୍ମୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଜୁ ଜନତା ଦଳର ସୁଶାସନ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡା ନିର୍ବାଚନ ମଣ୍ଡଳିର ରାୟଗଡା ବ୍ଳକର ଜିଲ୍ଳା ପରିଷଦ ଅଧିନସ୍ଥ ତିନୋଟି ଜୋନ ଏବଂ ରାୟଗଡା ପୈାରାଂଚଳର ଶତାଧିକ ନୂତନ କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ରାୟଗଡାର ଅନେକ କ୍ରୀଡାବିତମାନେ ମଧ୍ୟ ସାମିଲ ହୋଇଛନ୍ତି। ରାୟଗଡା ନିର୍ବାଚନ ମଣ୍ଡଳି ପର୍ଯ୍ୟବେକ୍ଷକ ରଂଜିତ ରୟଙ୍କ ଉପସ୍ଥିତିରେ  ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓଙ୍କ ବାସଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ବ୍ଳକ ‘ଗ’ ଜୋନର ଗାଦବାଗୁଡା ଗ୍ରାମବାସୀ ପୂର୍ବରୁ ବିଜେପି ଦଳ ପ୍ରତି ସମର୍ଥନ ଦେଇ ଆସୁଥିବା ବେଳେ ଆଜି ବିଜେପିକୁ ତ୍ୟାଗ କରି ବିଜେଡି ଦଳରେ ଗ୍ରାମବାସୀ ସାମିଲ ହୋଇଥିବା ବେଳେ କଂଗ୍ରେସ ଗଡ ଭାବେ ପରିଚିତ ଥିବା ‘କ’ ଜୋନର ତାଡମା ଗ୍ରାମ ପଂଚାୟତର ଅନେକ କର୍ମୀ ଏବଂ ନିର୍ବାଚିତ ଲୋକ ପ୍ରତିନିଧିମାନେ ବିଜେଡି ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ପାଖାପାଖି ୯ଶହ ନୂତନ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ଦଳୀୟ ଉତରୀୟ ଦେଇ ଦଳ ତରଫରୁ ସ୍ୱାଗତ କରାଯାଇଥିବା ବେଳେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ଘରେ ଘରେ ପଂହଚାଇବା ପାଇଁ ମିିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଥିବା ନେଇ ରାଜ୍ୟ ଉପସଭାପତି ଭାସ୍କର ରାଓ ପ୍ରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବରେ ବିନାୟକ କର, ହରପ୍ରସାଦ ହେପ୍ରୁକା, ସନ୍ଧ୍ୟାରାଣୀ ପୁଲାକା, ପ୍ରଶାନ୍ତ କୁଲେସିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.