ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ବିଜୁ ପଟ୍ଟନାୟକ ମହିଳା କଲେଜ ଠାରେ ସାଇବର ସୁରକ୍ଷା ସଚେତନତା ସଭା, କୁଇଜ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଏସଡିପିଓ ପ୍ରତାପ କୁମାର ରଣା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଏଲଡିଏମ ଜି କେ କାମରାଜ ଡୋରା, ଭାରପ୍ରାପ୍ତ ଥାନା ଅଧିକାରୀ ପଦ୍ମାସିନୀ ମେହେର, କଲେଜ ଅଧ୍ୟକ୍ଷା ରିତାରାଣୀ ପୂଜାରୀ ଯୋଗଦେଇ ଆମେ ଯେତେ ସତର୍କ ରହିଵା ସେତେ ସୁରକ୍ଷିତ ରହିବl ଏବଂ ମୋବାଇଲକୁ ସତମାର୍ଗରେ ବ୍ୟବହାର କରିବା ବୋଲି ମତ ରଖି ଥିଲେ l ସଭାକୁ ଅଧ୍ୟାପକ ମଦନ ସୁନ୍ଦର ଖେତୀ ସଂଯୋଜନା କରିଥିବା ବେଳେ ସଂଜୁ ରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଶିବାନୀ ପଣ୍ଡା, ପ୍ରିୟ ପ୍ରିୟଦର୍ଶନୀ ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥବା ବେଳେ ମନୋଜ ପଣ୍ଡା ସହଯୋଗ କରିଥିଲେ l ସେହିପରି ଆଜି ସକାଳ ୧୧ ଘଣ୍ଟା ବେଳେ ସୋନପୁର ମହାରାଜା ହାଇସ୍କୁଲ ଠାରେ ମଧ୍ୟ ଜିଲ୍ଲା ପୋଲିସ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଏସଡିପିଓ ପ୍ରତାପ ରଣା, ଏସବିଆଇ ସିଏମ ସନ୍ତୋଷ ସାହୁ, ହାଇସ୍କୁଲ ଏଚଏମ, ଥାନା ଅଧିକାରୀ ଯୋଗ ଦେଇଥିଲେ l