ଅବକାରୀ ବିଭାଗର ଚଢ଼ାଉ: ୨ଜଣଙ୍କୁ କୋର୍ଟଚାଲାଣ, ବାଇକ ସହ ୧୩୦ ଲିଟର ରନ୍ଧା ମଦ ଜବତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମଗୁଡିକରେ ଖୋଲା ଦେଶୀ ମଦ ବିକ୍ରି ହେଉଥିବା ଖବର ପାଇବାପରେ ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଖୋଲା ଦେଶୀ ମଦ, ବାଇକ ଜବତ କରିଥିବା ବେଳେ ୨ଜଣଙ୍କୁ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଜୁରାବନ୍ଦ ପଞ୍ଚାୟତ ଗୁଦୁରାମୁଣ୍ଡା ଗ୍ରାମର ନାରାୟଣ ଧରୁଆ (୪୦) ଓ ଅନ୍ୟ ଜଣେ ହେଲେ ଡେଙ୍ଗ ପଞ୍ଚାୟତ ବ୍ରାହ୍ମଣୀ ଗାଁର ରସିଲା ନାଗ (୫୦) ବୋଲି ଜଣାପଡିଛି। ପ୍ରକାଶ ଯେ, ଟିଟିଲାଗଡ଼ ଅବକାରୀ ବିଭାଗର ଅଧିକାରୀ ଆଶିଷ ବେହେରାଙ୍କ ତତ୍ତ୍ୱବଧାନରେ ସଇଁତଲା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ବିକ୍ରି ହେଉଥିବା ଖବର ପାଇଁ ଚଢ଼ାଉ କରିଥିଲେ। ଏଥିରେ ଅବକାରୀ ବିଭାଗ ୧୩୦ ଲିଟର ଖୋଲା ଦେଶୀ ମଦ, ଗୋଟିଏ ବାଇକ ଓ ୨ ଜଣଙ୍କ ନାମରେ କେଶ ନଂ ୧୨୧/୨୩ ଓ ୧୨୨/୨୩ ପୃଥକ ଭାବରେ ମାମଲା ରୁଜୁ ହୋଇ ସଇଁତଲା କୋର୍ଟକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହି ଚଢ଼ାଉ ସମୟରେ ଏଏସଆଇ ସତ୍ୟନାରାୟଣ ପ୍ରଧାନ, ସମୀର ରଞ୍ଜନ ଭୋଇ, କନେଷ୍ଟବଳ ବୁଲୁ ସେଠି , କୁମୁଦିନୀ ମଲ୍ଲିକ, ଗଗନ ବିହାରୀ ମିଶ୍ର, ସୁନୀଲ ବଡେଇଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.