ବିଲେଶୁ ଓ ମହାଦେବକାକୁଲି ଗ୍ରାମର ୧୪୦ ପରିବାରଙ୍କୁ ଘରପଟ୍ଟା ବଣ୍ଟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ତହସିଲ ଅଧିନସ୍ଥ ଗାଜିଗାଁ ରାଜସ୍ୱ ସର୍କଲ ଅଧିନ ବିଲେଶୁ ଓ ମହାଦେବକାକୁଲି ଦୁଇଟି ଗାଁର ୧୪୦ଜଣ ଗ୍ରାମବାସୀଙ୍କୁ ଆଜି ଘରପଟ୍ଟା ବଣ୍ଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ସମେତ ଉପଜିଲ୍ଲାପାଳ କଲ୍ୟାଣୀ ସଙ୍ଘମିତ୍ରା ଦେବୀ ପ୍ରମୁଖ ଉପସ୍ଥିତ ରହି ହିତାଧୀକାରୀ ଗ୍ରାମବାସୀଙ୍କୁ ଘରପଟ୍ଟା ବଣ୍ଟନ କରିଥିବା ଜଣାପଡିଛି। ବିଲେଶୁ ଗ୍ରାମର ୧୧୪ ଏବଂ ମହାଦେବୀକାକୁଲି ଗାଁର ୨୬ଜଣ ହିତାଧୀକାରୀଙ୍କୁ ଏହି ଘର ପଟ୍ଟା ବିତରଣ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ଗ୍ରାମବାସୀ ସ୍ୱାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ହେଁ ଘରବାରି ପଟ୍ଟା ପାଇବାରୁ ବଞ୍ଚିତ ଥିଲେ। ବାରମ୍ବାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନୀଧୀ ଏବଂ ରାଜସ୍ୱ ବିଭାଗ ଅଧିକାରୀଙ୍କ ନିକଟକୁ ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ଗ୍ରାମବାସୀଙ୍କୁ ଘରପଟ୍ଟା ପ୍ରଦାନ କରାଯାଇନଥିଲା। ଫଳରେ ଗ୍ରାମବାସୀ ମାନେ ପଟ୍ଟା ନ ଥିବାରୁ ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ ଥିଲେ। ସମ୍ପ୍ରତି ଗ୍ରାମବାସୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ରାୟଗଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରାଜସ୍ୱ ବିଭାଗ ପକ୍ଷରୁ ଉକ୍ତ ଦୁଇ ଗ୍ରାମବାସୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ଗାଜିଗାଁ ସରପଞ୍ଚ ରଞ୍ଜିତ ହୁଇକାଙ୍କ ସମେତ ଦୁଇଟି ଗ୍ରାମର ବହୁ ଲୋକେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.