ନୂତନ ରାଜସ୍ୱ ଗ୍ରାମ ପାଇଁ ଗ୍ରାମସଭା ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତର ତଲାଗାଁ ମଣ୍ଡିପଡିଆଠାରେ ଗୁରୁବାର ନୂତନ ରାଜସ୍ୱ ଗ୍ରାମ ସକାଶେ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଛି। ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଯମୁନା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି ଯୋଗଦେଇ ରାଜସ୍ୱ ଗ୍ରାମ ନିମନ୍ତେ ପଞ୍ଚାୟତର ତଲାଗାଁ, ରଏନଗୁଡା, ବାବେକୋହରା ଓ ଭାଲିଆଯୋର ଗ୍ରାମର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସରଛି, ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେବା ସହ ସରକାରଙ୍କ ତରଫରୁ ରାଜସ୍ୱ ଗ୍ରାମମାନଙ୍କୁ ଦିଆ ଯାଉଥିବା ବିଭିନ୍ନ ସୁବିଧା ସହଯୋଗ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ତହସିଲ୍ କୋର୍ଟ ଆର୍.ଆଇ ଶରତ ଚନ୍ଦ୍ର ଶଗଡ଼ିଆ, ଆମପାଣି ଆର.ଆଇ ବୈଷ୍ଣବ ଗୁରୁ, ବିମଳ କୁମାର ପୁଝାରୀ, ସାମାଜିକ କର୍ମୀ ଜିତେନ୍ଦ୍ର ପଣ୍ଡା, ବରିଷ୍ଠ ରାଜସ୍ବ ସହାୟକ ସୁବେନ୍ଦୁ କୁମାର ରାଉତ, ସମିତି ସଭ୍ୟା ଉମା ନାଏକ, ପୂର୍ବତନ ସରପଞ୍ଚ ରାମକୃଷ୍ଣ ମାଝୀ, ଗୋବର୍ଦ୍ଧନ ନାଏକ, ଯମୁନା ମାଝୀ, ଫ୍ୟାକ୍ସ ସଭାନେତ୍ରୀ ଦୁତିକା ନାଏକ, ଧନୁ ଦୁର୍ଗା, ଯୋଗାଣ ସହାୟକ ଚନ୍ଦ୍ରମଣୀ ବେଶ୍ରା ପ୍ରମୁଖ ମଞ୍ଚାସିନ ଥିଲେ। ବଡ଼ପୋଡ଼ାଗୁଡା ଗ୍ରାମ ପଞ୍ଚାୟତର ୧୨ ଖଣ୍ଡ ପାଲି ଗାଁ ଦୀର୍ଘ ବର୍ଷ ଧରି ଗୋଟିଏ ରାଜସ୍ୱ ଗ୍ରାମ ହୋଇ ରହିଥିଲା। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ପଞ୍ଚାୟତର ରଏନଗୁଡା, ତଲାଗାଁ, ବାବେକୋହରା, ଭାଳିଆଯୋର, ସର୍ଗିଗୁଡା ଓ ଦାବ୍ରିଗୁଡ଼ା ଆଦି ଗ୍ରାମ ଗୁଡ଼ିକୁ ପୃଥକ ପୃଥକ ଭାବରେ ମୂଳ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଖବର ଜାଣିବା ପରେ ଗ୍ରାମବାସୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ମଞ୍ଚକୁ ଲିଙ୍ଗରାଜ ରାଠୋଡ ପରିଚାଳନା କରିଥିବାବେଳେ ଭଜମନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଧର୍ମାନନ୍ଦ ନାଏକ, ଜଗଦୀଶ ନାଏକ, ହରିଶ୍ଚନ୍ଦ୍ର ନାଏକ, ପ୍ରକାଶ ସାହୁ, ନାଏବ ସରପଞ୍ଚ ବିଡୁ ନାଏକ, ଶଙ୍କର ବାଗ, ଅମର ନାଏକ, କୃଷ୍ଣଚନ୍ଦ୍ର ନାଏକ, ବଲଭଦ୍ର ନାଏକ, ହେମନ୍ତ ସୁନା ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.