କଂଗ୍ରେସ ପକ୍ଷରୁ ଅକ୍ଟୋବର ୧୫ ସଇଁତଲା ସହର ବନ୍ଦ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ଦଳ ତରଫରୁ ଆସନ୍ତା କାଲି (୧୫ ଅକ୍ଟୋବର ରବିବାର) ଦିନ ସଇଁତଲା ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି l  ରାଜ୍ୟ ସରକାର ସଇଁତଲା ସହରକୁ ଅଣଦେଖା କରିବା ସହିତ ବିଭିନ୍ନ ଉନ୍ନତି ଦିଗରେ ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି l ଏପରିକି ପାନୀୟ ଜଳଯୋଗାଣରୁ ଆରମ୍ଭ କରି ସହରର ଉନ୍ନତି କ୍ଷେତ୍ରରେ ଅବହେଳା କରି ଆସୁଥିବା ପ୍ରତିବାଦରେ କଂଗ୍ରେସ ବନ୍ଦ ଡାକରା ଦେଇଛି l ଏଥିରେ ମୁଖ୍ୟତଃ ଦାବୀ ଗୁଡିକ ହେଲା ସଇଁତଲା ସହରକୁ ଏନଏସି ମାନ୍ୟତା, ପଞ୍ଚାୟତରେ ଅଚଳ ହୋଇ ପଡିଥିବା ୩ ଗୋଟି ଓଭର ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବା, ସଇଁତଲା-ବାଦୀପଡା ଲାନ୍ଥ ନଦୀ ବ୍ରିଜକୁ ସମ୍ପୂର୍ଣ୍ଣ କରିବା, ସବ ଟ୍ରେଜେରୀ ଅଫିସ ସ୍ଥାପନ କରିବା, ବ୍ଲକରେ ଅବକାରୀ ଅଫିସ ଖୋଲିବା, ଶବ ବ୍ୟବଛେଦ କେନ୍ଦ୍ର ଖୋଲିବା, ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା , କନ୍ୟା ଆଶ୍ରମ (ଏସଏସଡି ) ବିଦ୍ୟାଳୟରେ +୨ ଖୋଲିବା, ରମେଶ ସିଂ ଭୋଇ ଷ୍ଟାଡିୟମର ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତରିତ, ବ୍ଲକରେ ଥିବା ଅଚଳ ଉଠାଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବା, ବ୍ଲକଛକକୁ ପାନୀୟ ଜଳଯୋଗାଣ କରିବା ସହ ବିଭିନ୍ନ ଦାବୀଗୁଡିକ ଉଲ୍ଲେଖ ରହିଛି l ଏହି ବନ୍ଦ ସକାଳ ୬ ରୁ ପୂର୍ବାହ୍ନ ୨ ଘଣ୍ଟା ପଯ୍ୟନ୍ତ ସହରର ସମସ୍ତ ଦୋକାନବଜାର ଗୁଡିକ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହୁଥିବା ବେଳେ ଜରୁରୀ କାଳୀନ ସେବା ଗାଡି ଚଳାଚଳ, ଆମ୍ବୁଲାନ୍ସ ଓ ଔଷଧ ଦୋକାନଗୁଡିକ ସ୍ୱାଭାବିକ ରହିବ ବୋଲି ଜଣାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.