ଲାଞ୍ଜିଗଡ଼ରେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ

ଲାଞ୍ଜିଗଡ଼ ରାଜନୀତି ସରଗରମ: ସଫଳ ହେଲା “ଘର ଘର କଂଗ୍ରେସ ଘର ଘର ହାତ” କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର କଲେଜ୍ ଛକ ଠାରୁ ଚମ୍ପାଦେଇପୁର ଖେଳ ପଡିଆ ପର୍ଯ୍ୟନ୍ତ ଘରେ ଘରେ କଂଗ୍ରେସ ଘର ଘର ହାତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ନେତା ତଥା ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀଙ୍କ ନେତୃତ୍ଵରେ ହଜାର ହଜାର କଂଗ୍ରେସ କର୍ମୀ ପଦଯାତ୍ରା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୋଗଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉପରେ ଯୋର୍ ବର୍ଷିଥିଲେ । କେନ୍ଦ୍ର ଶାସିତ ବିଜେପି ସରକାର ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସୁରକ୍ଷା, ରୋଜଗାର, ଅପପୃଷ୍ଟି, ଗରିବି ଏପରି ବିଭିନ୍ନ କ୍ଷେତ୍ରରେ ବିଫଳତା ବିଷୟରେ ସରକାରଙ୍କୁ ଭର୍ତ୍ସନା କରିଥିଲେ ଓ କହିଥିଲେ ଯେ – ଗରିବ, ନିଷ୍ପେସିତ, ଦଳିତ ଲୋକଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ସଦାସର୍ବଦା ସଂଘର୍ଷ ଜାରି ରଖିବ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଭାପତି ଭାରତଭୂଷଣ ବେମାଲ, ରାଜ୍ୟ କଗ୍ରେସ ଆଦିବାସୀ ସେଲ ଉପସଭାପତି ପରମାନନ୍ଦ ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, ଜିଲ୍ଲା ସମ୍ପାଦକ ହରିହର କୁମାର, କଂଗ୍ରେସ ନାରୀନେତ୍ରୀ ଦ୍ରୌପଦୀ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ କଂଗ୍ରେସ ନେତା ରାଜେନ୍ଦ୍ର ମାଳି, ଶିଶିର ପୁଝାରୀ, ପ୍ରଦୀପ ମାଝୀ, ଗୋପାଳ ଦାସ ମହାନନ୍ଦ,ଉଦ୍ଧବ ମାଝୀ, ସରୋଜ ବାଗ, ଯଶୋବନ୍ତ ବେହେରା, ଭଗବାନ ମାଝୀ, ବୁଡୁ ପଟେଲ, ତାରେଶ୍ୱର ସାହୁ, ପଠାଣି ସାମନ୍ତ ନାଗ, ପୁରୁଷୋତ୍ତମ ଦଣ୍ଡସେନା, ବଡ଼ ବଗର୍ତ୍ତୀ, ଗୋପାଳ ଖୁରା, ଗୋପାଳ ଚନ୍ଦ୍ର ଦାସଙ୍କ ସମେତ ୨୬ ଗୋଟି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ କଗ୍ରେସ କର୍ମୀ ଯୋଗ ଦେଇଥିଲେ । ବିଶ୍ଵନାଥପୁର କଲେଜ୍ ଛକ ଠାରୁ ଚମ୍ପାଦେଇପୁର ଖେଳ ପଡିଆ ଦୀର୍ଘ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ କଂଗ୍ରେସ କମିଟି ସଭାପତି ବିଜୟ ନାଏକ ପରିଚାଳନା କରିଥିଲେ । କଂଗ୍ରେସର ଏହି କାର୍ଯ୍ୟକ୍ରମ ମୋଟାମୋଟି ଭାବରେ ସଫଳ ହୋଇଥିବାବେଳେ ଲାଞ୍ଜିଗଡ଼ ରାଜନୀତି ସରଗରମ ହୋଇ ଉଠିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.