ସଇଁତଲାରେ ସଫଳ ହେଲା କଂଗ୍ରେସର ୮ ଘଣ୍ଟିଆ ବନ୍ଦ ପାଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ତରଫରୁ ରବିବାର ଶାନ୍ତି ଶୃଙ୍ଖଳା ସହ ସଇଁତଲା ବନ୍ଦ ସଫଳ ହୋଇଛି l ଏଥିରେ ୮ ଘଣ୍ଟା ଧରି ସହରର ସମସ୍ତ ଦୋକାନ ବଜାର ଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା l ଏପରିକି ଗାଡି ଚଲାଚଳ ସାଙ୍ଗକୁ ଜରୁରୀକାଳୀନ ସେବା ସ୍ୱାଭାବିକ ରହିଥିଲା l ରାଜ୍ୟ ସରକାର ସଇଁତଲା ସହରକୁ ଅଣଦେଖା କରିବା ସହିତ ବିଭିନ୍ନ ଉନ୍ନତି ଦିଗରେ ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି l ଏପରିକି ପାନୀୟ ଜଳଯୋଗାଣରୁ ଆରମ୍ଭ କରି ସହରର ଉନ୍ନତି କ୍ଷେତ୍ରରେ ଅବହେଳା କରି ଆସୁଥିବା ପ୍ରତିବାଦରେ ସଇଁତଲା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ତତ୍ତ୍ୱବଧାନରେ ବନ୍ଦ ଡାକରା ଶାନ୍ତି ଶୃଙ୍ଖଳା ସହ ସମ୍ପୂର୍ଣ୍ଣ ସଫଳ ହୋଇଛି l ଏହି ବନ୍ଦର ମୁଖ୍ୟ ମୁଖ୍ୟତଃ ଦାବୀ ଗୁଡିକ ହେଲା ସଇଁତଲା ସହରକୁ ଦୀର୍ଘ ବର୍ଷ ହେଲା ଏନଏସି ମାନ୍ୟତା ଦାବୀ ହୋଇଆସୁଥିବା ବେଳେ ସରକାର ଅଣଦେଖା କରି ଆସୁଥିବାରୁ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l ଏହା ସହିତ ସଇଁତଲା ପଞ୍ଚାୟତରେ ଥିବା ୩ଗୋଟି ଓଭର ପାଣି ଟାଙ୍କି ଅଚଳ ହୋଇ ପଡିଥିବା ଟାଙ୍କିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ସଇଁତଲା – ବାଦୀପଡା ଲାନ୍ଥ ନଦୀ ବ୍ରିଜ ଦୀର୍ଘ ୭ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡିଥିବା ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଅଞ୍ଚଳ ଜନସାଧାରଣ ଦାବୀ କରିଆସୁଛନ୍ତି l ଏପରିକି ବ୍ଲକରେ ସବ ଟ୍ରେଜେରୀ ଅଫିସ, ଅବକାରୀ ଅଫିସ, ଶବ ବ୍ୟବଛେଦ କେନ୍ଦ୍ର ଖୋଲିବା ଗୁଡିକ ଅନ୍ୟ ବ୍ଲକଗୁଡିକରେ ସ୍ଥାପନ ହୋଇ ଆସୁଥିବା ବେଳେ କାହିଁକି ସଇଁତଲା ଅଣଦେଖା କରାଯାଇଛି ବୋଲି ସାଧାରଣରେ ଦାବୀ ହେଉଛି l ସେହିପରି ଡାକ୍ତରଖାନାରେ ଦୀର୍ଘ ବର୍ଷ ହେଲା ଡାକ୍ତର ପଦବୀଗୁଡିକ ଖାଲି ପଡିଥିବାରୁ ତାହା ଶୀଘ୍ର ନିଯୁକ୍ତ କରାଯାଉ , କନ୍ୟା ଆଶ୍ରମ (ଏସଏସଡି ) ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଦୀର୍ଘ ବର୍ଷ ହେଲା ଜମି ଚି଼ହ୍ନଟ ହୋଇ ସାରିଥିବା ବେଳେ +୨ ବିଭାଗ ଖୋଲିବାରେ ବିଳମ୍ୱ ହେଉଥିବାରୁ ଅଭିଭାବକ ମହଲ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ସଇଁତଲା ରମେଶ ସିଂ ଭୋଇ ଷ୍ଟାଡିୟମ ପାଇଁ ଆସିଥିବା ଅନୁଦାନକୁ ଅନ୍ୟତ୍ର କୁ କାହିଁକି ସ୍ଥାନାନ୍ତରିତ କରାଗଲା, ଏହି ବ୍ଲକରେ ଚାଷୀ ଚାଷ ଉପରେ ନିର୍ଭର କରୁଥିବା ବେଳେ ଉଠାଜଳସେଚନ ପଏଣ୍ଟଗୁଡିକ ଅଚଳ ହୋଇପଡି ଥିବାରୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ ଓ ବ୍ଲକଛକକୁ ପିଇବା ପାଣି ଜଳଯୋଗାଣ କରିବା ସହ ବିଭିନ୍ନ ଦାବୀଗୁଡିକ ଉଲ୍ଲେଖ ରହିଥିଲା l ଏହି ବନ୍ଦ ସମୟରେ ରାଜ୍ୟ ସମ୍ପାଦକ ସୁବ୍ରତ ବେହେରା, ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ଯୁବ ସଂଗଠକ ଅମିତ ରଥ, ପୂର୍ବତନ ସରପଞ୍ଚ ଉତ୍ତମ ପଟେଲ, ମୁକୁନ୍ଦ ନାଗ, କପିଳାସ ଦୋରା, ସମିତି ସଭ୍ୟ ସିମ୍ରନମ ସିଂ ଭୋଇ, ଚାନ୍ଧୁଲାଲ ଭୋଇ, ଉମାକାନ୍ତ ରଣା, ପୂର୍ବତନ ସମିତି ସଭ୍ୟ ଲେକୃ ସିଂ ମାଝୀ, ଛନ୍ଦାଚରଣ ବେହେରା , ପପୁ ମହାନ୍ତି, ବିଦେଶ ଗହୀର, ଗଦାଧର ସାହୁ, ଟଙ୍କଧର ସାହୁଙ୍କ ସମେତ ବହୁ ଦଳୀୟ କଂଗ୍ରେସ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.