ଜୟପାଟଣା ଉମା ଶଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଉମା ଶଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ଏବଂ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଯୋଗଦେଇ ମହୋତ୍ସବର ଶୁଭ ଉଦଘାଟନ କରିଥିବା ବେଳେ ୧୨ ଗୋଟି କ୍ଳଷ୍ଟରର ସମସ୍ତ ବିଦ୍ୟାଳୟରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୨୭ ଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶେଷଦେବ ବେହେରା ମୁଖ୍ୟ ବକ୍ତା ଓ ସାମ୍ବାଦିକ ପ୍ରାଣରଞ୍ଜନ ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେ ଚନ୍ଦ୍ର ମାଝୀ, ସୁରେନ୍ଦ୍ର ମୋହନ ଯୋଶୀ, ପ୍ରଭାତ କୁମାର ଖମାରୀ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ଯୋଶୀ, ସମ୍ପାଦକ ଲଲିତ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହା ପରେ ପରେ ଶିକ୍ଷା ଓ ସଚେତନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ଦଳପତି, ଡମ୍ବରୁଧର ମହାଲିକ ଓ କୋଦଣ୍ଡ ବିଚାରପତି ରହି ମୂଲ୍ୟାୟନ କରିଥିଲେ। କାର୍ଯ୍ୟକ୍ରମଟିକୁ ସମସ୍ତ ୧୧ ଜଣ ସିଆରସସିସି ପରିଚାଳନା କରିଥିବା ବେଳେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.